କୃଷ୍ଣଗିରି 20 ସେପ୍ଟେମ୍ବର (ହି.ସ)- କର୍ଣ୍ଣାଟକର କୃଷ୍ଣଗିରି ଜିଲ୍ଲାର କେଲାବରପଲ୍ଲି
ଡ୍ୟାମର ଗେଟ୍ ଶନିବାର ଖୋଲାଯାଇଥିଲା, ଯାହା ପରେ କୃଷ୍ଣଗିରି
ଏବଂ ଆଖପାଖ ତିନୋଟି ଜିଲ୍ଲାର ଉପକୂଳବାସୀଙ୍କ ପାଇଁ ବନ୍ୟା ସତର୍କତା ଜାରି କରିଛି। ଗତ 48 ଘଣ୍ଟାରେ ହୋଇଥିବା
ବର୍ଷା ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି।କର୍ଣ୍ଣାଟକର ଜଳଗ୍ରହଣ
ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ କୃଷ୍ଣଗିରି ଜିଲ୍ଲାର ହୋସୁର ନିକଟବର୍ତ୍ତୀ କେଲାବରପଲ୍ଲି
ଜଳଭଣ୍ଡାରରେ ଜଳ ପ୍ରବାହ ବୃଦ୍ଧି ପାଇଛି। ନିରନ୍ତର ବର୍ଷା ଯୋଗୁଁ ଶୁକ୍ରବାର ଦିନ ଡ୍ୟାମରେ
ପ୍ରତି ସେକେଣ୍ଡରେ 1003 ଘନଫୁଟ ଜଳ ପ୍ରବେଶ ଥିଲା, କିନ୍ତୁ ଆଜି ସକାଳେ ଜଳ ପ୍ରବାହ 260 ଘନଫୁଟ ବୃଦ୍ଧି ପାଇ
1290 ଘନଫୁଟ ପ୍ରତି
ସେକେଣ୍ଡରେ ପହଞ୍ଚିଛି। ନିରନ୍ତର ବୃଦ୍ଧି ପାଉଥିବା ଜଳ ପ୍ରବାହ ଯୋଗୁଁଡ୍ୟାମର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପାଞ୍ଚଟି ଗେଟ୍
ଖୋଲାଯାଇଛି,ଯାହା ମାଧ୍ୟମରେ 1290 ଘନଫୁଟ ଜଳ ଛଡାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା