ନୂଆଦିଲ୍ଲୀ, 20 ସେପ୍ଟେମ୍ବର (ହି.ସ.)- ରାଜଧାନୀ ଦିଲ୍ଲୀରେ
ଶନିବାର ସକାଳେ ପୁଣିଥରେ ଚାରୋଟି ସ୍କୁଲକୁ ବୋମା ବିସ୍ଫୋରଣର ଧମକ ମିଳିଛି, ଯାହାଫଳରେ ସ୍କୁଲଗୁଡିକରେ ଆତଙ୍କ ଖେଳିଯାଇଛି । ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ
ଅଭିଭାବକମାନେ ମଧ୍ୟ ଭୟଭୀତ ହୋଇପଡିଛନ୍ତି ।
ସକାଳେ ସ୍କୁଲ ପ୍ରଶାସନ ଧମକି
ଭରା ଇମେଲ୍ ପଢ଼ିବା ମାତ୍ରେ, ସେମାନେ ତୁରନ୍ତ ଦିଲ୍ଲୀ
ପୁଲିସକୁ ସୂଚନା ଦେଇଥିଲେ । ପୋଲିସ ଦଳ, ବୋମା ନିରୋଧକ ଟିମ୍ ସହିତ
ସ୍କୁଲରେ ପହଞ୍ଚି,
ସ୍କୁଲଗୁଡିକୁ ଖାଲି କରାଇ ତଲାସୀ ନେଉଛନ୍ତି ।
ପୁଲିସର ଜଣେ ବରିଷ୍ଠ
ଅଧିକାରୀଙ୍କ ଅନୁସାରେ, ଆଜି ଶନିବାର ସକାଳେ ଡିପିଏସ ଦ୍ୱାରକା, କୃଷ୍ଣା ମଡେଲ ପବ୍ଲିକ ସ୍କୁଲ୍, ସର୍ବୋଦୟ ବିଦ୍ୟାଳୟ ସହିତ ଆଉ
ଦୁଇଟି ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍ ମିଳିଛି । ଦିଲ୍ଲୀ ଅଗ୍ନିଶମ ବିଭାଗକୁ ନଜଫଗଡ଼ ଅଞ୍ଚଳର
ଗୋଟିଏ ସ୍କୁଲରୁ ସକାଳ ସାଢ଼େ ୬ଟାରେ ପ୍ରଥମ କଲ୍ ମିଳିଥିଲା । ଦ୍ୱିତୀୟ କଲ୍ ସାଢ଼େ ଛଅଟା, ତୃତୀୟ ସାଢ଼େ ସାତଟା ଓ ଚତୁର୍ଥ କଲ୍ ମହରୌଲୀ ଅଞ୍ଚଳର ଏକ ପବ୍ଲିକ ସ୍କୁଲରୁ ମିଳିଥିଲା ।
ସୂଚନା ମିଳିବା ମାତ୍ରେ, ଦିଲ୍ଲୀ ପୁଲିସ ଟିମ୍, ଅଗ୍ନିଶମ ଦଳ, ବୋମା ୟୁନିଟ୍ ଓ
ଡଗ୍ ସ୍କ୍ୱାଡ୍ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା