ଗୋବରରୁ ଏବେ ସବୁଜ ଶକ୍ତି ପାଲଟିବ ଦିଲ୍ଲୀ- ରେଖା ଗୁପ୍ତା
ନୂଆଦିଲ୍ଲୀ, 20 ସେପ୍ଟେମ୍ବର (ହି.ସ.)- ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶନିବାର ଦିନ ଦିଲ୍ଲୀ ପାଇଁ 200 ଟିଡିପି କ୍ଷମତାର ପ୍ରଥମ ବାୟୋଗ୍ୟାସ୍ ପ୍ଲାଣ୍ଟର ନଙ୍ଗଲୀ ଡାଏରୀରେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦ
ଗୋବରରୁ ଏବେ ସବୁଜ ଶକ୍ତି ପାଲଟିବ     ଦିଲ୍ଲୀ- ରେଖା ଗୁପ୍ତା


ନୂଆଦିଲ୍ଲୀ, 20 ସେପ୍ଟେମ୍ବର (ହି.ସ.)- ଦିଲ୍ଲୀର

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶନିବାର ଦିନ ଦିଲ୍ଲୀ ପାଇଁ 200 ଟିଡିପି କ୍ଷମତାର ପ୍ରଥମ ବାୟୋଗ୍ୟାସ୍ ପ୍ଲାଣ୍ଟର ନଙ୍ଗଲୀ ଡାଏରୀରେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଚାଲିଥିବା “ସେବା ପଖୱାଡ଼ା” ଅଭିଯାନ ଅନ୍ତର୍ଗତ

ଦିଲ୍ଲୀକୁ ଏହି ଐତିହାସିକ ଉପହାର ମିଳିଛି।

ଏହି ଅବସରରେ ସାଂସଦ କମଲଜୀତ

ସହରାୱତ, କ୍ୟାବିନେଟ୍ ମନ୍ତ୍ରୀ ଆଶୀଷ ସୂଦ୍, ମହାପୌର ରାଜା ଇକବାଲ୍ ସିଂହ, ବିଧାୟକ ସନ୍ଦୀପ ସହରାୱତ ସହ ଅନ୍ୟାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ

ଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ

ଏହି ବାୟୋଗ୍ୟାସ୍ ପ୍ଲାଣ୍ଟ କେବଳ ଗୋବର ଓ ଡାଏରୀ ଅପଶିଷ୍ଟ ପଦାର୍ଥର ପରିଚାଳନା ପାଇଁ ଏକ

ସ୍ଥାୟୀ ସମାଧାନ ଦେବ ନୁହେଁ, ଏହା ହଜାର-ହଜାର ଗୋଶାଳା ଓ

ଡାଏରୀର ସମସ୍ୟା ମଧ୍ୟ ସମାଧାନ କରିବ। ବର୍ତ୍ତମାନ ଗୋବରରୁ ସବୁଜ ଉର୍ଜା ଉତ୍ପାଦନ ହେବ। ପରିବେଶ

ଶୁଭ୍ର ହେବ, ଯମୁନା ନଦୀର ଦୂଷଣ କମିବ ଓ କୃଷକ ଓ ପଶୁପାଳକଙ୍କୁ ସହାଯୋଗ ମିଳିବ।

ଏହି ପଦକ୍ଷେପ

ପ୍ରଧାନମନ୍ତ୍ରୀଙ୍କ “ହରିତ ଉର୍ଜା ଅଭିଯାନ” କୁ ଆଗକୁ ବଢ଼ାଇ ଦିଲ୍ଲୀକୁ ଏକ ସ୍ଵଚ୍ଛ, ସ୍ୱାବଲମ୍ବୀ ଓ ସବୁଜ

ରାଜଧାନୀ ବନାଇବା ଦିଗରେ ଏକ ନିର୍ଣାୟକ ପଦକ୍ଷେପ ଅଟେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ

ଏହି ପ୍ଲାଣ୍ଟ 2018 ମସିହାରେ ଆରମ୍ଭ ହୋଇ 2025 ରେ ଯାଇ ସମ୍ପୂର୍ଣ୍ଣ ହୋଇଛି। କେନ୍ଦ୍ର ସରକାର

2018 ମସିହାରେ ଏହି ବାୟୋଗ୍ୟାସ୍ ପ୍ଲାଣ୍ଟ ପାଇଁ ଅର୍ଥ ଦେଇଥିଲେ, କିନ୍ତୁ ଆମ୍ ଆଦମୀ ପାର୍ଟି (ଆଆପା) ସରକାର ଓ ସେତେବେଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ

କେଜରୀୱାଲ ଏହି କାର୍ଯ୍ୟକାଳରେ ଏହାକୁ ସମ୍ପୂର୍ଣ୍ଣ କରିପାରିଲେ ନାହିଁ।

କେଜରୀୱାଲ ସବୁବେଳେ କାମ ନ

ହେବା ପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୋଷ ଦେଉଥିଲେ, କିନ୍ତୁ ନିଜ କାର୍ଯ୍ୟକାଳରେ କିଛି କାମ କରିନାହାନ୍ତି। ପୂର୍ବତନ ସରକାର ସମୟରେ ଯେଉଁ ଗୋବର

ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ଥିଲା, ତାକୁ ଆମ ସରକାର ଧନ

ଉପାର୍ଜନର ଏକ ଉପାୟ ବନାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande