ନୂଆଦିଲ୍ଲୀ, 20 ସେପ୍ଟେମ୍ବର (ହି.ସ.)- ଆମେରିକୀୟ
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଏଚ-1ବିଭିସା ଉପରେ ବାର୍ଷିକ ଏକ ଲକ୍ଷ ଡଲାର୍ (ପ୍ରାୟ 90 ଲକ୍ଷ ଟଙ୍କା)
ଶୁଳ୍କ ଲାଗୁ କରିବାର ନିଷ୍ପତି ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଅସନ୍ତୋଷ
ପ୍ରକାଶ କରିଛନ୍ତି।
ଏକ୍ସରେ ଏକ ପୋଷ୍ଟରେ ଖଡ଼ଗେ
କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନ ଅବସରରେ ଫୋନ କରିବା ପରେ ଯେଉଁ
ରିଟର୍ନ ଗିଫ୍ଟ ମିଳିଛି, ତାହା ଦେଖି ଭାରତୀୟମାନେ
ବହୁତ ଦୁଃଖିତ। ସେ ଏହାକୁ “ଏଥର ଟ୍ରମ୍ପ ସରକାରର ଜନ୍ମଦିନ ଉପହାର” ବୋଲି କହିଛନ୍ତି।
ଖଡ଼ଗେ କହିଛନ୍ତି ଯେ ଏଚ-1ବିଭିସା ଉପରେ ବାର୍ଷିକ ଏକ ଲକ୍ଷ ଡଲାର୍ ଶୁଳ୍କ ସବୁଠାରୁ
ବେଶି ଭାରତୀୟ ଟେକ୍ନୋଲୋଜି କର୍ମଚାରୀଙ୍କୁ ପ୍ରଭାବିତ କରିବ, କାରଣ 70% ରୁ ଅଧିକ
ଏଚ-1ବି ଭିସା ଧାରୀ ଭାରତୀୟ। ସେ କହିଛନ୍ତି ଯେ 50% ଟ୍ୟାରିଫ୍
ପୂର୍ବରୁ ହିଁ ଲାଗି ସାରିଛି, ଯାହା ଫଳରେ 10ଟି କ୍ଷେତ୍ରରେ
ଭାରତକୁ 2.17 ଲକ୍ଷ କୋଟି ଟଙ୍କାର କ୍ଷତି ହେବାର ଅନୁମାନ କରାଯାଉଚଇ ।
ଏହାସହିତ, ଭାରତୀୟ ଆଉଟସୋର୍ସିଂ କମ୍ପାନୀମାନେ ଲକ୍ଷ୍ୟ କରିଥିବା ଏଚଆଇଆରଇ ଆଇନ, ଚାବହାର ବନ୍ଦରରୁ ଛାଡ଼ ହଟାଇବା – ଯାହା ଭାରତର ରଣନୈତିକ
ସ୍ୱାର୍ଥ ପାଇଁ ହାନିକାରକ, ଓ ୟୁରୋପୀୟ ସଂଘ ଦ୍ୱାରା ଭାରତୀୟ ସାମଗ୍ରୀ ଉପରେ 100%
ଟ୍ୟାରିଫ୍ ଲାଗାଇବା ପାଇଁ ଆହ୍ୱାନ ମଧ୍ୟ ଏଥିରେ ଶାମିଲ ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା