ଗଢଚିରୌଲି/ନାଗପୁର, 20 ସେପ୍ଟେମ୍ବର (ହି.ସ.)- ମାଓବାଦୀ
ସଂଗଠନ ମଧ୍ୟରେ ବର୍ତ୍ତମାନ ଗୁରୁତର ମତଭେଦ ଦେଖାଯାଉଛି। ସଂଗଠନର ଶୀର୍ଷ ସ୍ତରରେ ବିବାଦ ସ୍ପଷ୍ଟ
ହୋଇଛି, ଯେତେବେଳେ ବରିଷ୍ଠ କମାଣ୍ଡର୍ ଜଗନଙ୍କ ଏକ କଥିତ ପତ୍ର ସାର୍ବଜନୀନ ହୋଇଛି । ଏଥିରେ
ସେ ସେଣ୍ଟ୍ରାଲ୍ କମିଟିର ଶକ୍ତିଶାଳୀ ନେତା ମଲ୍ଲୋଜୁଲା ବେଣୁଗୋପାଲ ରାଓ ଓରଫ ଅଭୟ ଓରଫ ଭୂପତି
ଅଥବା ସୋନୁ ଉପରେ ଗୁରୁତର ଅଭିଯୋଗ ଲଗାଇଛନ୍ତି। ଗୁପ୍ତଚର ଏଜେନ୍ସି ଏହି ପତ୍ର ଜାରି ହେବାର
ସତ୍ୟତା ନିଶ୍ଚିତ କରିଛନ୍ତି।
ସୂତ୍ରମାନଙ୍କ ଅନୁଯାୟୀ, ଏହି ପତ୍ର ଗତ ମାସରେ ଜାରି ହୋଇଥିଲା ଏବଂ ବର୍ତ୍ତମାନ ଏହାକୁ ଗୁପ୍ତଚର ଏଜେନ୍ସିମାନେ ମଧ୍ୟ
ପ୍ରମାଣିତ କରିଦେଇଛନ୍ତି। ଜଗନ, ଭୂପତି ଉପରେ ଆନ୍ତରିକ
ଏକଛତ୍ରବାଦୀ,
ଦୁର୍ନୀତି ଓ ତୃଣମୂଳ ସ୍ତରର କ୍ୟାଡରଙ୍କ ଉପେକ୍ଷା
ବୋଲି ଅଭିଯୋଗ ଲଗାଇଛନ୍ତି।
ଜଗନଙ୍କ ଦ୍ୱାରା ଲେଖାଯାଇଥିବା
ପତ୍ରରେ ଲେଖାଯାଇଛି ଯେ, ଭୂପତି ସଂଗଠନକୁ ନିଜସ୍ୱ ନିୟନ୍ତ୍ରଣରେ ନେଇ
ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ନିଷ୍କ୍ରିୟ କରୁଛନ୍ତି। ସେ କେବଳ ନିଜ ପ୍ରତି ବିଶ୍ୱସ୍ତ
ଲୋକଙ୍କୁ ଆଗକୁ ଆଣୁଛନ୍ତି ଏବଂ ଯେଉଁମାନେ ଅସହମତ, ସେମାନଙ୍କୁ
ଦବାଇବାର ଚେଷ୍ଟା କରୁଛନ୍ତି, ଯାହା ଦଳର ମୌଳିକ ସିଦ୍ଧାନ୍ତ
ବିରୋଧୀ।
ପତ୍ରରେ ଏହି ଅଭିଯୋଗ ମଧ୍ୟ
ଥିଲା ଯେ ଭୂପତି କିଛି ରାଜ୍ୟରେ ଚାଲିଥିବା ଅଭିଯାନର ସଂଚାଳନରେ ଗମ୍ଭୀର ଭୁଲ
କରିଛି, ଯାହା ଫଳରେ ସୁରକ୍ଷା ବଳଙ୍କ
ବିରୁଦ୍ଧରେ ରଣନୀତି ବିଫଳ ହୋଇଛି ଓ ସଂଗଠନକୁ ବ୍ୟାପକ କ୍ଷତି ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା