ଗ୍ୱୌହାଟୀ, 20 ସେପ୍ଟେମ୍ବର (ହି.ସ.)- ଆସାମର
ମୁଖ୍ୟମନ୍ତ୍ରୀ ଡ଼. ହିମନ୍ତ ବିଶ୍ୱ ଶର୍ମା ଶନିବାର ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାର
ପ୍ରସିଦ୍ଧ ଗାୟକ ଜୁବିନ୍ ଗର୍ଗଙ୍କ ଅକାଳ ମୃତ୍ୟୁର ପରିସ୍ଥିତି ଉପରେ ଔପଚାରିକ ତଦନ୍ତ କରିବେ।
ଏହି ମାମଲା ଉପରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଂସ୍କୃତିକ କର୍ମୀ ଶ୍ୟାମକାନୁ ମହନ୍ତ ଏବଂ ଜୁବିନଙ୍କ ପୁରୁଣା
ପ୍ରବନ୍ଧକ ଥିବା ସିଦ୍ଧାର୍ଥ ଶର୍ମା ମଧ୍ୟ ଏହି ତଦନ୍ତର ପରିସରରେ ଆସିବେ। ସେ ନିଶ୍ଚିତ
କରିଛନ୍ତି ଯେ ଏହି ଦୁଃଖଦ କ୍ଷତି ପଛରେ ଥିବା ସତ୍ୟକୁ ବାହାର କରିବା ପାଇଁ ସମସ୍ତ ଆବଶ୍ୟକ ଆଇନଗତ
ପ୍ରକ୍ରିୟା ଅନୁସରଣ କରାଯିବ।
ଏହି ପ୍ରତିଷ୍ଠିତ ଗାୟକଙ୍କର
ସିଙ୍ଗାପୁରରେ ପୋଷ୍ଟମର୍ଟମ୍ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ତାଙ୍କର ପାର୍ଥିବଶରୀର ଭାରତୀୟ
ଉଚ୍ଚାୟୋଗକୁ ହସ୍ତାନ୍ତର କରାଯାଇଛି। ତାଙ୍କର ପାର୍ଥିବ ଶରୀର ରବିବାର ସକାଳ ୬-୭ଟା ମଧ୍ୟରେ ଗ୍ୱୌହାଟିରେ
ପହଞ୍ଚିବ। ତେବେ ଏହା ଆଜି ରାତିରେ ପ୍ରଥମେ ଦିଲ୍ଲୀରେ ପହଞ୍ଚିପାରେ,
କିନ୍ତୁ ପରିବହନର ଔପଚାରିକ ବ୍ୟବସ୍ଥା ପୂର୍ଣ୍ଣ ହେବା
ପର୍ଯ୍ୟନ୍ତ ପାର୍ଥିବ ଶରୀର ପରିବାର ପାଖରେ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା