ସମ୍ବଲପୁର, ୨୧ ସେପ୍ଟେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜୁଯୋମୁରା ଠାରେ ଆଚେରୀ ସଂଘର ଜିଲ୍ଲା ସଭାପତି କିଶୋର କୁମାର ଦେହୁରୀଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡ଼ିଓ ରାଜେଶ ଏକ୍କାଙ୍କ ସହିତ, ଉପସଭାପତି ଅଶ୍ୱିନୀ କୁମୁରା,ମିତ୍ରଭାନୁ ମହାପାତ୍ର, ପ୍ରମୁଖ ଯୋଗଦେଇ ଆଗାମୀ ୨୮ ତାରିଖରୁ ୨୬ ତମ ରାଜ୍ୟସ୍ତରୀୟ ଧନୁର୍ବିଦ୍ୟା ଚାମ୍ପିଅନସିପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ କିଭଳି ସଫଳତା ଆସିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ପ୍ରତିଯୋଗୀଙ୍କ ଗସ୍ତ ଖର୍ଚ୍ଚ ଓ ଆନୁସଙ୍ଗିକ ଖର୍ଚ୍ଚ ଉପରେ ଆଲୋଚନା କରା ଯାଇଥିଲା।
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଅକ୍ଟୋବର ୧ ତାରିଖରେ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ଆର୍ଚେରି ଏସୋସିଏସନ୍ (ଓଆ) ପକ୍ଷରୁ ଏହା ଆୟୋଜନ ହେଉଥିବା ବେଳେ ରାଜ୍ୟ କୋଚମାନଙ୍କ ତାଲିକାରୁ ବିଚାରକ ଓ ଅଧିକାରୀମାନଙ୍କର ଏକ ପ୍ୟାନେଲ୍ କରାଯାଇ, ଚ୍ୟାମ୍ପିଅନସିପ୍ ରେ ବିଭିନ୍ନ ଦାୟିତ୍ୱ ପାଳନ କରିବାକୁ ଚୟନ କରାଯାଇଛି। ଖେଳର ଆଦର୍ଶକୁ ରକ୍ଷା କରିବାରେ ଜୁଯୋମୁରାର ଅମୂଲ୍ୟ ଭୂମିକା ରହିଥିବାରୁ ଓ ଜୁଯୋମୁରା ଏହି ରାଜ୍ୟସ୍ତରୀୟ ବୈଠକରେ ଯୋଗଦେବାକୁ ଯାଉଥିବାରୁ ଧନୁର୍ବିଦ୍ୟାରେ ଜୁଯୋମୁରାର ସଫଳତାକୁ ବଜାୟ ରଖିବାକୁ ବିଡ଼ିଓ ଆର୍ଥିକ ସହଯୋଗ ପାଇଁ ପ୍ରଶାସନ ସହିତ ଆଲୋଚନା କରି ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିବା ଖବର ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ