ଗୋଟିଏ ଇଟା - ଗୋଟିଏ ଟଙ୍କା ସୂତ୍ର କଣ ? କିଏ ଓ କାହିଁକି ସୃଷ୍ଟି କରିଥିଲେ ଏହି ସୂତ୍ର ?
ମହାରାଜା ଶ୍ରୀଅଗ୍ରସେନଙ୍କ ଜନ୍ମବାର୍ଷିକୀ ଆଶ୍ୱିନ ଶୁକ୍ଳ ପ୍ରତିପଦା (୨୨/୦୯/୨୦୨୫) ଉପଲକ୍ଷେ
ମହାରାଜା ଶ୍ରୀଅଗ୍ରସେନଙ୍କ ଜନ୍ମବାର୍ଷିକୀ ଆଶ୍ୱିନ ଶୁକ୍ଳ ପ୍ରତିପଦା (୨୨/୦୯/୨୦୨୫) ଉପଲକ୍ଷେ


ମହାରାଜା ଶ୍ରୀଅଗ୍ରସେନଙ୍କ ଜନ୍ମବାର୍ଷିକୀ ଆଶ୍ୱିନ ଶୁକ୍ଳ ପ୍ରତିପଦା (୨୨/୦୯/୨୦୨୫) ଉପଲକ୍ଷେ୧


ଗୋଟିଏ

ଇଟା - ଗୋଟିଏ ଟଙ୍କା ସୂତ୍ର କଣ ? କିଏ ଓ କାହିଁକି ସୃଷ୍ଟି କରିଥିଲେ ଏହି ସୂତ୍ର ?

ମହାରାଜା

ଶ୍ରୀଅଗ୍ରସେନଙ୍କ ଜନ୍ମବାର୍ଷିକୀ ଆଶ୍ୱିନ ଶୁକ୍ଳ ପ୍ରତିପଦା (୨୨/୦୯/୨୦୨୫) ଉପଲକ୍ଷେ

ସମ୍ପତ୍

କୁମାର ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ

ଗୋଟିଏ

ଇଟା - ଗୋଟିଏ ଟଙ୍କା ସୂତ୍ର କଣ ? ସମାଜ ରେ

ସମସ୍ତଙ୍କୁ ସମାନ ସ୍ତରରେ ଜୀବନଯାପନ କରିବାର ଉପାୟ କିମ୍ବା ପ୍ରଣାଳୀ ଅଟେ l ଏହି ସୂତ୍ର ଆଜକୁ ୫୨୦୦

ବର୍ଷ ପୂର୍ବେ ଜଣେ ମହାନ ବିଭୂତିଙ୍କ ଦ୍ୱାରା ପ୍ରଚଳିତ ହୋଇଥିଲା । ଏହିପରି ଏକ ସୂତ୍ର ଯାହା ମାଧ୍ୟମରେ

ସମସ୍ତେ ସମସ୍ତଙ୍କ ସହିତ ବିଶେଷ କରି ଆର୍ଥିକ ସ୍ତରରେ ସମାନ ହେବାର ସୁଯୋଗ ସୃଷ୍ଟି କରିପାରିବ, ତାହା ଆଜିର ଏହି ଆଧୁନିକ ଜ୍ଞାନକୌଶଳ ସମୃଦ୍ଧ ସମୟରେ ମଧ୍ୟ

ବିକଶିତ ହୋଇପାରିନାହିଁ । ମହାରାଜା ଶ୍ରୀ ଅଗ୍ରସେନ ଗୋଟିଏ ଇଟା ଏବଂ ଗୋଟିଏ ଟଙ୍କା

ର ନୂତନ ସୂତ୍ର ପ୍ରଦାନ କରିଥିଲେ l ଏହି ସୂତ୍ର ପ୍ରକାରେ ତାଙ୍କ ନିଜ ରାଜ୍ୟ ଅଗ୍ରୋହାରେ ପୂର୍ବରୁ

ରହୁଥିବା ପ୍ରତ୍ୟେକ ପରିବାର ରାଜ୍ୟକୁ ଆସୁଥିବା ନୂତନ ପରିବାରକୁ ଗୋଟିଏ ଇଟା ଏବଂ ଗୋଟିଏ ଟଙ୍କା

ଉପହାର ସଦୃଶ ପ୍ରଦାନ କରିବେ। ଏହି ପ୍ରକାରରେ ନୂତନ ପରିବାରକୁ ନିଜସ୍ୱ ଘର ନିର୍ମାଣ କରିବାକୁ ଏବଂ ନିଜସ୍ୱ ବ୍ୟବସାୟ ଆରମ୍ଭ

କରିବାକୁ ସକ୍ଷମ କରିପାରୁଥିଲା। ଗୋଟିଏ ଇଟା ଏବଂ ଗୋଟିଏ ଟଙ୍କା ର ସୂତ୍ର ସମସ୍ତ ରାଜ୍ୟବାସୀଙ୍କୁ

ଏକ ସୂତ୍ର ରେ ସମସ୍ତଙ୍କୁ ବାନ୍ଧି ରଖିପାରିଥିଲା l ନିଜ ରାଜ୍ୟର ଶାସନ ବ୍ୟବସ୍ଥାରେ ଗଣତାନ୍ତ୍ରୀକ

ପଦ୍ଧତି, ସମାଜବାଦ ବ୍ୟବସ୍ଥା ଏବଂ ଟ୍ରଷ୍ଟିସିପର ସୂତ୍ରପାତ ବିଶ୍ୱରେ ସର୍ବପ୍ରଥମେ ମହାରାଜ ଶ୍ରୀ

ଅଗ୍ରସେନଜୀଙ୍କ ଦ୍ୱାରା ପ୍ରଚଳିତ ହୋଇଥିଲା । ମହାରାଜ ଶ୍ରୀ ଅଗ୍ରସେନଙ୍କୁ ହିଁ ଏହି ସବୁ କାଳଜୟୀ

ବ୍ୟବସ୍ଥାର ସଂସ୍ଥାପକ ରୂପେ କିର୍ତୀ ପ୍ରାପ୍ତ ହୋଇଅଛି । ସେ ସମୟରେ ମହାରାଜ ଶ୍ରୀ ଅଗ୍ରସେନ ସହଯୋଗୀତା

ଏବଂ ସମାନତା ଉପରେ ଆଧାରିତ ଭେଦଭାବ ବିହିନ ଏକ ଆଦର୍ଶ ସମାଜ ଓ ରାଜ୍ୟର ସ୍ଥାପନା କରିପାରି ଇତିହାସରେ

ଏକ ସୁଉଚ୍ଚ ଆସନ ସୃଷ୍ଟି କରିପାରିଛନ୍ତି । ନିଜ ରାଜ୍ୟକୁ ସର୍ବ ସୁଖ ସମୃଦ୍ଧି ଦ୍ୱାରା ପରିପୂର୍ଣ୍ଣ

କରିଥିଲେ । ମହାରାଜା ଶ୍ରୀଅଗ୍ରସେନ ନିଜ ରାଜ୍ୟରେ “ସର୍ବେ ଭବନ୍ତୁ ସୁଖିନଃ” ଚିନ୍ତାଧାରାରେ ଧର୍ମାଚରଣ,

ସମୃଦ୍ଧି ଓ ସୁଶାସନର ଗଂଗା ପ୍ରବାହିତ କରିଥିଲେ ।

ମହାରାଜା

ଶ୍ରୀ ଅଗ୍ରସେନ ଆଗ୍ରୋହାର ମହାନ ରାଜା ଥିଲେ। ତାଙ୍କର କଲ୍ୟାଣକାରୀ ଯୋଜନା ପାଇଁ ତାଙ୍କୁ ଜଣେ ମହାନ

ଶାସକ ଭାବରେ ବିବେଚନା କରାଯାଏ। ତାଙ୍କୁ ବୈଶ୍ୟ ସମ୍ପ୍ରଦାୟର ଜଣେ ନେତା ଭାବରେ ବିବେଚନା କରାଯାଏ।

ମହାରାଜା ଅଗ୍ରସେନ ପ୍ରତାପନଗରର ରାଜା ବଲ୍ଲଭଙ୍କ ପୁତ୍ର ଥିଲେ। ମହାରାଜା ଅଗ୍ରସେନ ମୁଖ୍ୟତଃ ବୈଶ୍ୟ

ସମ୍ପ୍ରଦାୟରେ ତାଙ୍କର ଆଦର୍ଶ ଏବଂ ସାମାଜିକ କଲ୍ୟାଣ ପାଇଁ ଜଣାଶୁଣା, କିନ୍ତୁ ତାଙ୍କର ସାମାଜିକ

କାର୍ଯ୍ୟ କେବଳ ଗୋଟିଏ ସମ୍ପ୍ରଦାୟ ମଧ୍ୟରେ ସୀମିତ ନଥିଲା। ତାଙ୍କର କରୁଣା, ଦୟା, ଦୂରଦୃଷ୍ଟିପୂର୍ଣ୍ଣ

ଚିନ୍ତାଧାରା ଏବଂ ଲୋକଙ୍କୁ ଏକତ୍ର କରିବାର କ୍ଷମତା ତାଙ୍କୁ ମହାନ କରିଥିଲା। ମହାରାଜା ଅଗ୍ରସେନ

ସମାନତା ପ୍ରତି ତାଙ୍କର ସମର୍ପଣ ଏବଂ ପୁରୁଣା, ସଂକୀର୍ଣ୍ଣ ଚିନ୍ତାଧାରାର ଦୃଢ଼ ବିରୋଧ ପାଇଁ ମଧ୍ୟ

ପ୍ରସିଦ୍ଧ ଥିଲେ। ମହାରାଜା ଅଗ୍ରସେନଙ୍କ 5100ତମ ଜନ୍ମବାର୍ଷିକୀ ପାଳନ ପାଇଁ ଭାରତ ସରକାର 1976

ମସିହାରେ ଡାକ ଟିକେଟ ମଧ୍ୟ ଜାରି କରିଥିଲେ। ନବରାତ୍ରୀର ପବିତ୍ର ଦିନ ମଧ୍ୟ ଆଜିଠାରୁ ଆରମ୍ଭ ହେଉଛି।

ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥି ମହାରାଜା ଅଗ୍ରସେନଙ୍କ ଜନ୍ମଦିନ ହୋଇଥିବାରୁ ଏହିଦିନ ଅଗ୍ରସେନ ଜୟନ୍ତୀ

ପାଳନ କରାଯାଏ। ସାରା ଦେଶରେ ମହାରାଜା ଅଗ୍ରସେନ ଜୟନ୍ତୀ ବିଶେଷ କାର୍ଯ୍ୟକ୍ରମ ସହ ମହା ଆଡମ୍ବରରେ

ପାଳନ କରାଯାଏ।

କୀଟପତଙ୍ଗ

ପରି ଏହି ବିଶ୍ୱରୂପୀ ରଙ୍ଗମଂଚକୁ ପ୍ରାଣୀମାନେ ଆସନ୍ତି ଏବଂ ନିଜନିଜ କର୍ମସାରି କାଳର କରାଳରେ ସମାହିତ

ହୋଇଯାଇଥାନ୍ତି, ଯଦି କିଛି ରହିଯାଇଥାଏ ତେବେ ତାହା ହେଲା ତାଙ୍କର ମହତ କର୍ମ ଓ ଯଶକିର୍ତି । ମହାରାଜା

ଶ୍ରୀଅଗ୍ରସେନ ନିଜର ମହତ କାର୍ଯ୍ୟ ପାଇଁ ହଜାର ହଜାର ବର୍ଷ ପରେ ମଧ୍ୟ ଜୀବିତ ରହିଛନ୍ତି । ଏହି ମହାନ

ଅଲୌକିକ ମହାପୁରୁଷ ଅନେକ ଆଦର୍ଶ ପ୍ରସ୍ତୁତ କରି ଯାଇଛନ୍ତି । ଯେପରି କି ହିଂସାର ପରିତ୍ୟାଗ, ଅହିଂସା

ବ୍ରତ ପାଳନ, ସମତା, ମାନବତା, ସତ୍‌କର୍ମ, ନାରୀ ଚେତନା, ଉଚ୍ଚନିଚ୍ଚ ଭେଦଭାବ ବିହିନ ସମାଜ, ଅନେକତା

ମଧ୍ୟରେ ଏକତା, ଶୋଷଣ ବିହିନ ସମାଜ ଓ ପଶୁବଳୀ ପ୍ରଥା ବନ୍ଦ । ଦିବ୍ୟଜ୍ଞାନର ପ୍ରକାଶ ସଂପୂର୍ଣ୍ଣ ବିଶ୍ୱରେ ସର୍ବପ୍ରଥମେ

ଧର୍ମଭୂମୀ ଭାରତରୁ ହିଁ ବିସ୍ତାରିତ ହୋଇଥିଲା ।

ମହାରାଜ

ଅଗ୍ରେସନ କେବଳ ଏକ ରାଜ୍ୟ ପ୍ରତିଷ୍ଠା କରିଥିଲେ ତାହା

ନୁହେଁ ତାଙ୍କ ରାଜ୍ୟ ବିଭବଶାଳି, ଶକ୍ତିଶାଳୀ ଏବଂ ସୁସଜ୍ଜିତ ରହିଥିଲା । ସେହି ସମୟରେ ରାଜା ମହାରାଜା

ମାନେ ଧର୍ମ ଅର୍ଜନ ନ୍ତିମନ୍ତେ ବଡ ବଡ ଯଜ୍ଞ ମାନ ଆୟୋଜନ କରୁଥିଲେ । ମହାରାଜ ଅଗ୍ରେସନ ମଧ୍ୟ ମାନବ

କଲ୍ୟାଣ ହେତୁ ୧୮ ଟି ଯଜ୍ଞର ଆୟୋଜନ କରିଥିଲେ । ୧୭ ଟି ଯଜ୍ଞ ସଂପୁର୍ଣ ବିଧି- ବିଧାନ ସମାପ୍ତ ହେବାପରେ

୧୮ ତମ ଯଜ୍ଞର ଶେଷ ପର୍ଯାୟରେ ମହାରାଜାଙ୍କର ଜ୍ଞାନୋଦୟ ହୋଇଥିଲା ଏବଂ ମୁକ ଓ ନିରିହ ପଶୁ ମାନଙ୍କର

ହତ୍ୟା କରାଯିବା ଅନୁଚିତ ଅନୁଭବ କରି ବଂଶଜ ଏବଂ ରାଜ୍ୟବାସୀଙ୍କୁ ଜୀବହତ୍ୟା ବନ୍ଦ କରିବା ସହ ଅଂହିସାର

ମନ୍ତ୍ର ପ୍ରଦାନ କରିଥିଲେ । ମହାରାଜଙ୍କ ବିଚାରଧାରାର ପ୍ରଭାବରେ ହିଁ ଆଜି ଅଗ୍ରୱାଲା ସମାଜ ଶାକାହାରୀ,

ଅଂହିସା ବାଦୀ ଏବଂ ଧର୍ମ ପରାୟଣ ଜାତି ରୁପେ ପ୍ରତିଷ୍ଠା ଲାଭ କରିଛି । ମହାରାଜ ଅଗ୍ରେସନଙ୍କର ମୂଳମନ୍ତ୍ର

ଥିଲା - ପରିଶ୍ରମ ଏବଂ ଉଦ୍ୟୋଗ ମାଧ୍ୟମରେ ଅର୍ଥ ଉପାର୍ଜନ ଏବଂ ତାହାର ସୁଷମ ଓ ସମାନ ବିତରଣ । ଆଜି

ମଧ୍ୟ ଅଗ୍ରୱାଲା ସମାଜ କଠିନ ପରିଶ୍ରମ କରି ଅର୍ଥ ଉପାର୍ଜନ କରୁଥିଲେ ମଧ୍ୟ କଠିନ ପରିଶ୍ରମ ମାଧ୍ୟମରେ

ଅର୍ଜିତ ଅର୍ଥର ଅନେକ ଅଂଶ ଜନହିତ କାର୍ଯ୍ୟରେ ବିନିଯୋଗ କରିଥାନ୍ତି । ସମାଜ ଦ୍ୱାରା ନିର୍ମିତ ସ୍କୁଲ

, କଲେଜ, ଧର୍ମଶାଳା , ମଠ, ମନ୍ଦିର, କୁପ, ପୋଖରୀ ଏବଂ ଡାକ୍ତରଖାନା ଗୁଡିକ ଏହାର ଉଦାହରଣ ଅଟେ ।

ଆସନ୍ତୁ

ଆଜିର ପବିତ୍ର ଦିବସରେ ମହାରାଜ ଶ୍ରୀ ଅଗ୍ରସେନଙ୍କ ସିଦ୍ଧାନ୍ତ ଓ ଆଦର୍ଶରେ ନିଜକୁ ଅନୁପ୍ରାଣିତ କରି

ଜନସେବା ଓ ରାଷ୍ଟ୍ରସେବାରେ ବ୍ରତୀ ହେବା । ରାଷ୍ଟ୍ର ଗଠନରେ ନିଜକୁ ସମର୍ପି ଦେଇ ମାନବିକତା ବାଦର

କାର୍ଯ୍ୟକରିବା । ମହାରାଜ ଶ୍ରୀ ଅଗ୍ରସେନଙ୍କ ଆଦର୍ଶର ପ୍ରଚାର କରି ସତ୍‌କର୍ମ ମାଧ୍ୟମରେ ତାଙ୍କ

ବିଜୟଧ୍ୱଜା ସର୍ବଦା ଉଡାଇ ଚାଲିବା ।

ଜିଲା

ପ୍ରତିନିଧି ( ଦୂରଦର୍ଶନ/ ଆକାଶବାଣୀ )

ବୌଦ୍ଧ

- ୭୬୨୦୧୪,

ମୋ-

9937060196

Mail

Id- sampad.boudh@gmail.com

---------------

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande