ସୁବର୍ଣ୍ଣପୁର୍ 21 ସେପ୍ଟେମ୍ବର (ହି.ସ.)
ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଶିବିର ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଅଧ୍ୟକ୍ଷ ଡାକ୍ତର ରାମଶଙ୍କର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଏବଂ ସମ୍ମାନୀତ ଅତିଥି ଭାବରେ ଜିଲ୍ଲାପାଳ ଡ. ନୃପରାଜ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉଷାରାଣୀ ଦାସ, ଉପ-ଜିଲ୍ଲାପାଳ ଡ. ସୌମ୍ୟାରୂପା ରଥ, ଡିଏସଡ଼ବ୍ଲୁଓ ଅନୁପମା ପଣ୍ଡା ଏବଂ ସିଡିପିଓ ସାଗରୀକା ସ୍ୱାଇଁ ଯୋଗ ଦେଇଥିଲେ l ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷ ଡାକ୍ତର ରାମଶଙ୍କର ତ୍ରିପାଠୀ ସମସ୍ତ ଅତିଥି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ସମ୍ମାନିତ କରିଥିଲେ l ମଞ୍ଚାସିନ ସମସ୍ତ ଅତିଥି ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ର ସୁଫଳତା ନେଇ ନିଜ ନିଜ ସୁ -ଅଭିଭାଷଣ ରଖିଥିଲେ l ପରିଶେଷରେ ନିକ୍ଷ୍ୟ ମିତ୍ର ପଞ୍ଜିକରଣ ଓ ଯକ୍ଷ୍ମା ରୋଗୀ ଙ୍କୁ ପୋଷଣ ଖାଦ୍ୟ ସାଂସଦ ବଣ୍ଟନ କରିଥିଲେ l ଶିବିରରେ ବିଶେଷଜ୍ଞ ଡା. ବେଣୁଧର ପାଣ୍ଡେ, (ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ), ଡା. ତୁଷାରକାନ୍ତ ଠାକୁର (ଚର୍ମ ରୋଗ ବିଶେଷଜ୍ଞ) ଡ଼ା. ତ୍ରିବିକ୍ରମ ପାଣ୍ଡିଆ (ମାନସିକ ରୋଗ ବିଶେଶଜ୍ଞ), ଡା. ରଶ୍ମିରଂଜନ ହୋତା (ଗଳା ଓ ନାସା ରୋଗ ବିଶେଷଜ୍ଞ), ଡା. ମୌସମ ମହାନ୍ତି (ଚକ୍ଷୁ ରୋଗ ବିଶେଷଜ୍ଞ), ଡା. କୃତିବାସ ସୁବୁଦ୍ଧି (ଅସ୍ତି ରୋଗ ବିଶେଷଜ୍ଞ), ଡା. ସେକ ନେଇମ ବକ୍ସ (ଭେଷଜ ବିଶେଷଜ୍ଞ) ପ୍ରମୁଖ ରୋଗୀ ସେବା ପ୍ରଦାନ କରିଥିଲେ l ସ୍ଥାନୀୟ ବିଭିନ୍ନ ସ୍ୱାସ୍ଥ୍ୟ ଆରୋଗ୍ୟ ମନ୍ଦିର ରୁ ଚି଼ହ୍ନଟ ହୋଇଥିବା ରୋଗୀ ଏବଂ ଆଶା ଓ ଅଙ୍ଗନୱାଡି ଦିଦିମାନଙ୍କ ସହାୟତା ରେ ବିଭିନ୍ନ ଗ୍ରାମ ରୁ ୬୨୨ ଜଣ ମହିଳା ରୋଗୀ ମାନେ ଆସି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲେ l ଏହି ଅଞ୍ଚଳର ଅଙ୍ଗନୱାଡି କର୍ମୀ ଙ୍କ ଦ୍ଵାରା ଜାତୀୟ ପୋଷଣ ପୃଷ୍ଟିକର ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା l ବ୍ଲକ ସ୍ୱାସ୍ଥ୍ୟ ପରିଚାଳକ ପ୍ରିୟରଞ୍ଜନ ସାହୁ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀଣୀ ନଳିନୀପ୍ରଭା ମେହେରଙ୍କ ତତ୍ଵାବଧାନରେ ଏବଂ ଡା. ପୂଜାଶ୍ରୀ ମିଶ୍ର, ଡା. ମାତାଙ୍ଗିନୀ ମହାନ୍ତ(ଆୟୁଷ), ଡା. ଖୁସବୁ ଅଗ୍ରୱାଲ (ଡେଣ୍ଟାଲ ) ସ୍ୱାସ୍ଥ୍ୟ ପରୀକ୍ଷାରେ ଏବଂ ନାମ ପଞ୍ଜିକରଣରେ ନମିତା ବାଘ ଓ ଇନ୍ଦୁଲତା ସେଠି ଏବଂ ଏମ.ଆର.ଏ ସୁଶାନ୍ତ ନାଏକ ପଞ୍ଜିକୃତ ଦାୟିତ୍ୱ ରେ ରହି ସୁଚାରୁ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ l ଏହା ସମେତ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ