ରୁଷରେ ବୁଦ୍ଧଙ୍କ ଅବଶେଷ ପ୍ରଦର୍ଶନ ପାଇଁବୌଦ୍ଧ ଭିକ୍ଷୁମାନେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି
ଲକ୍ଷ୍ନୌ 22ସେପ୍ଟେମ୍ବର (ହି.ସ)- ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଲକ୍ଷ୍ନୌ ସ୍ଥିତ ସରକାରୀ ବାସଭବନରେ ରାଜ୍ୟ ସାରାରୁ ବୌଦ୍ଧ ଭିକ୍ଷୁ ଏବଂ ଭିକ୍ଷୁ ସମ୍ପ୍ରଦାୟର ପ୍ରତିନିଧିମାନେ ଭଗବାନ ବୁଦ୍ଧଙ୍କ ପିପରହ୍ୱା ଅବଶୋଷ ରୁଷର କାଳମିକିୟା ଗଣରା
ରୁଷରେ ବୁଦ୍ଧଙ୍କ ଅବଶେଷ ପ୍ରଦର୍ଶନ ପାଇଁବୌଦ୍ଧ ଭିକ୍ଷୁମାନେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି


ଲକ୍ଷ୍ନୌ 22ସେପ୍ଟେମ୍ବର (ହି.ସ)- ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ

ମୌର୍ଯ୍ୟଙ୍କ ଲକ୍ଷ୍ନୌ ସ୍ଥିତ ସରକାରୀ ବାସଭବନରେ ରାଜ୍ୟ ସାରାରୁ ବୌଦ୍ଧ ଭିକ୍ଷୁ ଏବଂ ଭିକ୍ଷୁ

ସମ୍ପ୍ରଦାୟର ପ୍ରତିନିଧିମାନେ ଭଗବାନ ବୁଦ୍ଧଙ୍କ ପିପରହ୍ୱା ଅବଶୋଷ ରୁଷର

କାଳମିକିୟା ଗଣରାଜ୍ୟରେ ପ୍ରଦର୍ଶନୀ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ

କରିଛନ୍ତି।ଏହି ଅବସରରେଉପ-ମୁଖ୍ୟମନ୍ତ୍ରୀ

କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସ ଯୋଗୁଁ

ବିଶ୍ୱର ଅନେକ ଦେଶରେ ଭାରତୀୟ ଆଧ୍ୟାତ୍ମିକ ଐତିହ୍ୟର ସଂରକ୍ଷଣ, ପ୍ରଚାର ଏବଂ ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି

ହେଉଛି। ସେ କହିଛନ୍ତି ଯେ ରୁଷରେ ଭଗବାନ ବୁଦ୍ଧଙ୍କ ପବିତ୍ର ପିପରହୱା ଅବଶୋଷର ପ୍ରଦର୍ଶନୀର

ଆୟୋଜନ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ

ଐତିହ୍ୟର ଗୌରବ ବିଶ୍ୱ ସ୍ତରରେ ଏୈତିହାସିକ ମୁହୁର୍ତ୍ତ ପ୍ରତିଷ୍ଠା କରେ। ବିଶ୍ୱର 38 ରୁ ଅଧିକ ଦେଶରେ ତଥାଗତ

ବୃଦ୍ଧଙ୍କ ବହୁସଂଖ୍ୟକ ଅନୁଗାମୀ ଅଛନ୍ତି। ଏମିତି କୌଣସି ଦେଶ ନାହିଁ ,ଯେଉଁଠାରେ ବହୁସଂଖ୍ୟକ

ବୃଦ୍ଧଙ୍କ ଅନୁଗାମୀ ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande