ନବରାତ୍ରି ସମୟରେ ହିମାଚଳର ଶକ୍ତିପୀଠଗୁଡ଼ିକରେ ଭକ୍ତଙ୍କ ଭିଡ଼ , କଡ଼ା ସୁରକ୍ଷା ବ୍ୟବସ୍ଥା
ଶିମଳା, ୨୨ସେପ୍ଟେମ୍ବର (ହି.ସ.)- ଶାରଦୀୟ ନବରାତ୍ରି ଆରମ୍ଭ ହେବା ସହିତସୋମବାର ସକାଳୁ ରାଜ୍ୟର ଶକ୍ତିପୀଠ ଗୁଡ଼ିକରେ ଭକ୍ତଙ୍କ ପ୍ରବଳ ଭିଡ଼ ଆରମ୍ଭ ହୋଇଛି । ମା ନୈନା ଦେବୀ, ମା ଚିନ୍ତପୂର୍ଣ୍ଣି, ମା ଜ୍ୱାଲାଜୀ, ମା ବ୍ରଜେଶ୍ୱରୀ ଏବଂ ମା ଚାମୁଣ୍ଡା ଦେବୀ ଭଳି ପ୍ରମୁଖ ଶ
ନବରାତ୍ରି ସମୟରେ ହିମାଚଳର ଶକ୍ତିପୀଠଗୁଡ଼ିକରେ ଭକ୍ତଙ୍କ ଭିଡ଼ , କଡ଼ା ସୁରକ୍ଷା ବ୍ୟବସ୍ଥା


ଶିମଳା, ୨୨ସେପ୍ଟେମ୍ବର

(ହି.ସ.)- ଶାରଦୀୟ ନବରାତ୍ରି ଆରମ୍ଭ ହେବା ସହିତସୋମବାର ସକାଳୁ

ରାଜ୍ୟର ଶକ୍ତିପୀଠ ଗୁଡ଼ିକରେ ଭକ୍ତଙ୍କ ପ୍ରବଳ ଭିଡ଼ ଆରମ୍ଭ ହୋଇଛି । ମା ନୈନା ଦେବୀ, ମା ଚିନ୍ତପୂର୍ଣ୍ଣି, ମା ଜ୍ୱାଲାଜୀ, ମା ବ୍ରଜେଶ୍ୱରୀ

ଏବଂ ମା ଚାମୁଣ୍ଡା ଦେବୀ ଭଳି ପ୍ରମୁଖ ଶକ୍ତିପୀଠଗୁଡ଼ିକରେ ଭକ୍ତଙ୍କ ଭିଡ଼ ଲାଗିଛି। ବାହାର ରାଜ୍ୟରୁ ମଧ୍ୟ ବହୁ ସଂଖ୍ୟକ ଲୋକ

ମାଙ୍କ ଦର୍ଶନ କରିବାକୁ ପହଁଞ୍ଚିଛନ୍ତି। ମନ୍ଦିରଗୁଡ଼ିକୁ ରଙ୍ଗ ବେରଙ୍ଗ ଫୁଲ ଏବଂ ଆଲୋକରେ

ସଜାଯାଇଛି। ପ୍ରଥମ ନବରାତ୍ରିରେ ମା ଦୁର୍ଗାଙ୍କ ଶୈଳପୁତ୍ରୀ ରୂପର ପୂଜାର୍ଚ୍ଚନା କରାଯାଉଛି। ରବିବାର

ଦିନ ଭୋର ବିଳାସପୁର ସ୍ଥିତ ମା’ ନୈନା ଦେବୀ ମନ୍ଦିରର ଦ୍ୱାର ରବିବାର ରାତି ଦୁଇଟା ସମୟରେ ଭକ୍ତମାନଙ୍କ

ପାଇଁ ଖୋଲାଯାଇଥିବାବେଳେଉନାର ମା’

ଚିନ୍ତାପୂର୍ଣ୍ଣି ମନ୍ଦିର ସକାଳ ୪ଟାରେ

ଖୋଲାଯାଇଥିଲା ଏବଂ କାଙ୍ଗଡ଼ା ଜିଲ୍ଲାରେ ଜ୍ୱାଲାଜୀ, ବ୍ରଜେଶ୍ୱରୀ ତଥା ଚାମୁଣ୍ଡା ଦେବୀ ମନ୍ଦିରର ଦ୍ୱାର ଭୋର ୫ଟାରେ

ଖୋଲାଯାଇଥିଲା। ରାଜଧାନୀ ଶିମଳାର ପ୍ରମୁଖ ମନ୍ଦିର, ତାରାଦେବୀ, ଢିଙ୍ଗୁ ମାତା, କାଳୀବାଡୀ, କାମନା ଦେବୀ ଏବଂ ବିସିଏସ୍ ସ୍ଥିତ ଦୁର୍ଗା ମନ୍ଦିରକୁ

ମଧ୍ୟ ମହାନ ଭାବରେ ସଜାଯାଇଛି ଏବଂ ସକାଳଠାରୁ ଏଠାରେ ଭକ୍ତଙ୍କ ଗହଳି ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande