ନୂଆଦିଲ୍ଲୀ, ୨୨ ସେପ୍ଟେମ୍ବର(ହି.ସ.) – ନବରାତ୍ରିର ପ୍ରଥମ ଦିନରୁ ଦେଶସାରାରେ ଲାଗୁ ହୋଇଥିବା ନୂଆ ଜିଏସ୍ଟି ଦରକୁ ନେଇ କେନ୍ଦ୍ରମନ୍ତ୍ରୀ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନତାଙ୍କୁ ଦିୱାଲୀ ଉପହାର କହି ବଚତ ଉତ୍ସବର ସଂଜ୍ଞା ଦେଇଥିବାବେଳେ ବିରୋଧି ଦଳ ଏହାକୁ ଅପର୍ଯ୍ୟାପ୍ତ ଏବଂ ରାଜନୀତି ସହ ପ୍ରେରିତ କହିଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜିଏସ୍ଟି ଉପରେ କହିଛନ୍ତି ଯେ ମୋଦୀ ସରକାରଙ୍କ ନବରାତ୍ରିର ଶୁଭ ଅବସର ଉପରେ ଦେଶର ସମସ୍ତ ମାଆ ଭଉଣୀଙ୍କୁ ନେକ୍ଷ୍ଟ ଜେନ ଜିଏସ୍ଟି ରିଫର୍ମର ଉପହାର ଅଟେ। ମୋଦୀ ଦେଶବାସୀଙ୍କୁ ଜିଏସ୍ଟି ରିଫର୍ମର ଯେଉଁ କଥା ଦେଇଥିଲେ, ତାହା ଆଜିଠାରୁ ପୁରା ଦେଶରେ ଲାଗୁ ହୋଇଛି। ଏହି ଜିଏସ୍ଟିରେ ୩୯୦ରୁ ଅଧିକ ବସ୍ତୁ ଉପରେ ଟ୍ୟାକ୍ସରେ ଐତିହାସିକ କମି କରାଯାଇଛି। ଖାଦ୍ୟ ଏବଂ ଘରୋଇ ଜିନିଷ, ହୋମ ବିଲ୍ଡିଂ ଏବଂ ମେଟେରିୟଲ୍ସ, ଅଟୋମୋବାଇଲ, କୃଷି, ସେବା, ଖେଳନା, ସ୍ପୋର୍ଟସ ଏବଂ ହ୍ୟାଂଡିକ୍ରାପ୍ଟସ, ଶିକ୍ଷା, ଚିକିତ୍ସା ଏବଂ ସ୍ୱାସ୍ଥ୍ୟ, ବୀମା ପରି କ୍ଷେତ୍ରରେ ଜିଏସ୍ଟିରେ ଅଭୂତପୂର୍ବ ଆଶ୍ୱସ୍ତୀରେ ଦେଶବାସୀଙ୍କ ଜୀବନରେ ଖୁସି ଆସିବ ଏବଂ ତାଙ୍କର ସଂଚୟ ମଧ୍ୟ ବଢ଼ିବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି