ଜିଏସିଟି ସଂସ୍କାର ସବୁ ବର୍ଗର ଲୋକଙ୍କୁ ଲାଭ ଦେଉଛି : ବିଜେପି
ନୂଆଦିଲ୍ଲୀ, ୨୨ ସେପ୍ଟେମ୍ବର (ହି.ସ.) - ଆଜିଠାରୁ ସାରା ଦେଶରେ ସାମଗ୍ରୀ ଏବଂ ସେବା କର (ଜିଏସଟି) କାର୍ଯ୍ୟକାରୀ ହୋଇଛି । ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ନୂତନ ଜିଏସଟି ହାରକୁ ମହା ବଚତ ମହୋତ୍ସବ (ସଂଚୟ ଉତ୍ସବ) ଭାବରେ ବର୍ଣ୍ଣନା କରିଛି ଏବଂ କହିଛି ଯେ, ଏହି ସଂସ୍କାରଗୁଡ଼ିକ ଜୀବନର ସମସ୍ତ ବର୍
ଜିଏସିଟି ସଂସ୍କାର ସବୁ ବର୍ଗର ଲୋକଙ୍କୁ ଲାଭ ଦେଉଛି : ବିଜେପି


ନୂଆଦିଲ୍ଲୀ, ୨୨ ସେପ୍ଟେମ୍ବର (ହି.ସ.) - ଆଜିଠାରୁ ସାରା ଦେଶରେ ସାମଗ୍ରୀ ଏବଂ ସେବା କର (ଜିଏସଟି) କାର୍ଯ୍ୟକାରୀ ହୋଇଛି । ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ନୂତନ ଜିଏସଟି ହାରକୁ ମହା ବଚତ ମହୋତ୍ସବ (ସଂଚୟ ଉତ୍ସବ) ଭାବରେ ବର୍ଣ୍ଣନା କରିଛି ଏବଂ କହିଛି ଯେ, ଏହି ସଂସ୍କାରଗୁଡ଼ିକ ଜୀବନର ସମସ୍ତ ବର୍ଗର ଲୋକଙ୍କୁ ଲାଭ ପହଂଚାଉଛି ।

ସୋମବାର ବିଜେପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଆଜିଠାରୁ ଏକ ବିରାଟ ସଂଚୟ ମହୋତ୍ସବ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜିଏସଟି ସଂସ୍କାର ନିଷ୍ପତି ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଏହା ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଆଣିଛି । ଏହା ଦ୍ୱାରା ଦୈନନ୍ଦିନ ବ୍ୟବହାରର ପ୍ରାୟ ପ୍ରତ୍ୟେକ ଜିନିଷ ଶସ୍ତା ହେବ । କଂଗ୍ରେସକୁ କାଉଂଟର କରି ବୈଷ୍ଣବ କହିଛନ୍ତି ଯେ, ଆଜି ଦେଶର ପ୍ରତ୍ୟେକ କୋଣରୁ ଖବର ଆସୁଛି ଯେ,ଲୋକମାନେ ଜିଏସଟି ସଂସ୍କାରରେ ଖୁସି, କିନ୍ତୁ ଆମର ବିରୋଧି ସାଥିମାନେ ଏହି ସଂଚୟରେ ଖୁସି ନୁହଁନ୍ତି । ସ୍ୱାଭାବିକ ଭାବରେ ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ କେବେଳ କଥା ହେଉଥିଲା, କୌଣସି କାର୍ଯ୍ୟ ହେଉନଥିଲା । ୟୁପିଏ ଶାସନ ସମୟରେ ସିମେଂଟ ଉପରେ ୩୦ ପ୍ରତିଶତ ଟିକସ ଲାଗୁ ହେଉଥିଲା, ଯେତେବେଳେ ଏନଡିଏ ଶାସନ ସମୟରେ ଏହା ୧୮ ପ୍ରତିଶତ ଥିଲା । ୟୁପିଏ ଶାସନ ସମୟରେ ସାନିଟାରୀ ପ୍ୟାଡ଼ ଉପରେ ୧୩ ପ୍ରତିଶତ ଟିକସ ଲାଗୁ ହେଉଥିଲା, ଯାହାକୁ ଏବେ ଶୂନ୍ୟ କରିଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande