ପ୍ରୟାଗରାଜ, ୨୨ସେପ୍ଟେମ୍ବର
(ହି.ସ.)- ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ଅବସ୍ଥିତ ସୋରାଓଁ ଥାନା ଅଞ୍ଚଳର ବିଗହିୟା ଗ୍ରାମ ନିକଟରେ
ରାଜପଥରେ ରବିବାର ରାତିରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି।ଦୁର୍ଘଟଣାରେ
ତିନିଜଣ ଆହତ ହୋଇଛନ୍ତି।ସୁଚନା ପରେ ପୋଲିସ ଟିମଆହତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଗଙ୍ଗାନଗରର ଡେପୁଟି
ପୋଲିସ କମିଶନର ଗଙ୍ଗାନଗର କୁଲଦୀପ ସିଂହ ଗୁନାୱତ କହିଛନ୍ତି ଯେ ଦୁର୍ଘଟଣାରେ ସୁରେଶ ସୈନି, ସୁରେଶଙ୍କ ପତ୍ନୀ ସୁରେଶ ବାଜପେୟୀ ଏବଂ ରାମ ସାଗର
ଅବସ୍ଥିଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଆହତ ତିନି ଜଣଙ୍କୁ ଚିକିତ୍ସା ପାଇଁ ସ୍ୱରୂପରାଣୀ
ନେହେରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି ଯେ କାନପୁରର ମୁସାନଗର ବିଲୋଲିରେ
ପିଣ୍ଡ ଦାନ କରିବା ପାଇଁ ବୋଲେରୋରେ ଗୟା ଯାଇଥିଲେ। ସେଠାରୁ ପିଣ୍ଡଦାନ କରି କାନପୁର ଫେରୁଥିଲେ।
ରବିବାର ରାତିରେସୋରାଓଁ ଥାନା ଅଞ୍ଚଳର ବିଗହିୟା ଗ୍ରାମ ନିକଟରେ ରାଜପଥରେ ଗାଡ଼ିଟି
ଖରାପ ହୋଇଗଲା। ରାତି ଯୋଗୁଁ ସେମାନେ ଗାଡ଼ି ଏକ କାର ସାମ୍ନାକୁ ଚାଲିଗଲେ। ଏକ ବଡ଼ ଗାଡ଼ି
ସେମାନଙ୍କୁ ଧକ୍କା ଦେଇ ପଳାଇଗଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଦଳ ତୁରନ୍ତ
ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଯାଇଥିଲେ। ଯେଉଁଠାରେ ଡାକ୍ତର ଚାରି ଜଣଙ୍କୁ
ମୃତ ଘୋଷଣା କରିଥିଲେ।ତିନି ଜଣଙ୍କ
ଚିକିତ୍ସା ଚାଲିଛି। ଦୁର୍ଘଟଣାର ସୁଚନା ସମ୍ପର୍କରେ ପରିବାରକୁ ଦିଆଯାଇଛି। ପରବର୍ତ୍ତୀ
କାର୍ଯ୍ୟାନୁଷ୍ଠାନ ପରିବାର ଲୋକ ଆସିବା ପରେ ଗ୍ରହଣ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା