ଛତିଶଗଡର ନାରାୟଣପୁରରେ ଆବୁଝମାଡ ଏନକାଉଂଟରରେ ଦୁଇ ୟୁନିଫର୍ମ ପିନ୍ଧା ପୁରୁଷ ନକ୍ସଲ ନିହତ
ଜଗଦଲପୁର, ୨୨ ସେପ୍ଟେମ୍ବର (ହି.ସ.)- ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ ଅଂଚଳରେ ସୋମବାର ସକାଳେ ହୋଇଥିବା ଏକ ଏନକାଉଂଟରରେ ସୁରକ୍ଷା ବାହିନୀ ଦୁଇ ୟୁନିଫର୍ମ ପିନ୍ଧା ନକ୍ସଲଙ୍କୁ ହତ୍ୟା କରିଛନ୍ତି । ଏପର୍ଯ୍ୟନ୍ତ ଦୁଇ ନକ୍ସଲଙ୍କ ମୃତଦେହ ସେମାନଙ୍କ ଅସ୍ତ୍ରଶସ୍ତ୍ର ସହିତ ଉଦ୍ଧାର କରାଯାଇଛି । ସୁର
ଛତିଶଗଡର ନାରାୟଣପୁରରେ ଆବୁଝମାଡ ଏନକାଉଂଟରରେ ଦୁଇ ୟୁନିଫର୍ମ ପିନ୍ଧା ପୁରୁଷ ନକ୍ସଲ ନିହତ


ଜଗଦଲପୁର, ୨୨ ସେପ୍ଟେମ୍ବର (ହି.ସ.)- ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ ଅଂଚଳରେ ସୋମବାର ସକାଳେ ହୋଇଥିବା ଏକ ଏନକାଉଂଟରରେ ସୁରକ୍ଷା ବାହିନୀ ଦୁଇ ୟୁନିଫର୍ମ ପିନ୍ଧା ନକ୍ସଲଙ୍କୁ ହତ୍ୟା କରିଛନ୍ତି । ଏପର୍ଯ୍ୟନ୍ତ ଦୁଇ ନକ୍ସଲଙ୍କ ମୃତଦେହ ସେମାନଙ୍କ ଅସ୍ତ୍ରଶସ୍ତ୍ର ସହିତ ଉଦ୍ଧାର କରାଯାଇଛି ।

ସୁରକ୍ଷା ବାହିନୀ ଘଟଣାସ୍ଥଳରୁ ଏକ ଏକେ-୪୭ ରାଇଫଲ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର, ବହୁ ପରିମାଣର ବିସ୍ଫୋରକ, ନକ୍ସଲ ସାହିତ୍ୟ, ପ୍ରଚାର ସାମଗ୍ରୀ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଛି ।

ବସ୍ତର ରେଞ୍ଜ ପୋଲିସ ମହାନିରୀକ୍ଷକ (ଆଇଜି) ସୁନ୍ଦରରାଜ ପି. ନିଶ୍ଚିତ କରିଛନ୍ତି ଯେ, ନାରାୟଣପୁର ଜିଲ୍ଲାର, ମହାରାଷ୍ଟ୍ର-ଛତିଶଗଡ଼ ସୀମାନ୍ତ ଅଂଚଳ ଅବୁଝମାଡ଼ରେ ନକ୍ସଲଙ୍କ ଉପସ୍ଥିତି ବିଷୟରେ ସୂଚନା ଆଧାରରେ ସୁରକ୍ଷା ବାହିନୀ ଦ୍ୱାରା ଏହି ଅଭିଯାନ ଆରମ୍ଭ କରାଯାଇଥିଲା । ଏପର୍ଯ୍ୟନ୍ତ ସର୍ଚ୍ଚ ଅପରେସନରେ, ଏନକାଉଂଟର ସ୍ଥଳରୁ ଦୁଇ ପୁରୁଷ ନକ୍ସଲଙ୍କ ମୃତଦେହ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ନିହତ ଉଭୟ ନକ୍ସଲ କ୍ୟାଡରଙ୍କ ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

ସେ କହିଛନ୍ତି ଯେ, ଏନକାଉଂଟର ସ୍ଥଳରୁ ଏକ ଏକେ-୪୭ ରାଇଫଲ୍ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହିତ ବିପୁଳ ପରିମାଣର ବିସ୍ଫୋରକ, ନକ୍ସଲ ସାହିତ୍ୟ, ପ୍ରଚାର ସାମଗ୍ରୀ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଛି । ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି । ଅପରେସନ ସମାପ୍ତ ହେବା ପରେ ବିସ୍ତୃତ ବିବରଣୀ ପୃଥକ୍ ଭାବରେ ପ୍ରଦାନ କରାଯିବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande