ଜାମ୍ମୁ, ୨୨ ସେପ୍ଟେମ୍ବର(ହି.ସ.) – ଜାମ୍ମୁ-କାଶ୍ମୀରର ଉଧମପୁର, ଡୋଡା ଏବଂ କିସ୍ତୱାଡ଼ ଜିଲ୍ଲାର ପାହାଡ଼ି ଅଂଚଳରେ ଆତଙ୍କବାଦିଙ୍କ ସହିତ ମୁହାଁମୁହିଁ ସଂଘର୍ଷ ପରେ ଆତଙ୍କବାଦ ବିରୋଧି ଅଭିଯାନ ଚଲାଯାଉଛି। ହ୍ୱାଇଟ୍ ନାଇଟ୍ କୋର ଜେନେରାଲ ଅଫିସର କମାଣ୍ଡିଂ(ଜିଓସି) ଲେଫ୍ଟନେଂଟ ଜେନେରାଲ ପି.କେ. ମିଶ୍ର ସୋମବାର ଦିନ ଏହି ଅଭିଯାନର ସମୀକ୍ଷା କରିଛନ୍ତି।
ହ୍ୱାଇଟ୍ ନାଇଟ୍ କୋର କାଂଜି, ଉଧମପୁରରେ ୧୯-୨୦ ସେପ୍ଟେମ୍ବରର ରାତିକୁ ଚାଲୁଥିବା ଅପରେଶନ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଲାନ୍ସ ଦଫାଦାର ବଳଦେବ ଚନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପିତ କରିବା ପରେ ଶୁକ୍ରବାର ସନ୍ଧ୍ୟାରୁ ସର୍ଚ୍ଚ ଅପରେଶନ ଆରମ୍ଭ କରିଛି। ଏହି ବ୍ୟାପକ ତଲାସୀ ଅଭିଯାନ ଉଧମପୁର ଜିଲ୍ଲାର ଡୁଡୁ-ବସନ୍ତଗଢ଼କୁ ଡୋଡା ଜିଲ୍ଲାର ଭଦ୍ରବାହ ସହିତ ଯୋଡ଼ୁଥିବା ସେଓଜ ଧାର ଜଙ୍ଗଳରେ ଚାଲୁରହିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି