ଭୁବନେଶ୍ୱର, 22 ସେପ୍ଟେମ୍ବର (ହି.ସ.)- ଶାରଦୀୟ
ନବରାତ୍ରୀର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ
ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଶକ୍ତି, ଭକ୍ତି ଓ ସାଧନାର ପବିତ୍ର ପର୍ବ ‘ଶାରଦୀୟ ନବରାତ୍ରି’ର ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା। ନବରାତ୍ରିର ପ୍ରଥମ
ଦିନ ମା ଶୈଳପୁତ୍ରୀଙ୍କ ପୂଜା ହୁଏ, ଯିଏ ଦୃଢ ସାହସ, ଅଟଳ ଧୈର୍ଯ୍ୟ ଓ ଅତୁଟ ସଙ୍କଳ୍ପର ପ୍ରତୀକ ଅଟେ । ଏହି ପବିତ୍ର
ଅବସରରେ ମାତା ରାନୀଙ୍କ ଚରଣରେ ପ୍ରାର୍ଥନା ଯେ,ସେ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ-ଶାନ୍ତି ଓ ସମୃଦ୍ଧିର ଆଶୀର୍ବାଦ ଦିଅନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା