ଜିଏସଟିର ନୂଆ ଦର ଲାଗୁ, ସମସ୍ତଙ୍କୁ ବଡ ଆଶ୍ୱସ୍ତି
ନୂଆଦିଲ୍ଲୀ, 22 ସେପ୍ଟେମ୍ବର (ହି.ସ.) - ଦେଶରେ ବସ୍ତୁ ଓ ସେବା କର (ଜିଏସଟି) ର ନୂଆ ଦର ଆଜିଠାରୁ ଲାଗୁ ହୋଇଛି। ନବରାତ୍ରିର ପ୍ରଥମ ଦିନଠାରୁ ଲାଗୁ ହୋଇଥିବା ଏହି ନୂଆ ଦରଗୁଡ଼ିକରେ ପ୍ରଧାନତଃ ଦୁଇଟି ବର୍ଗ ଅଛି – 5 ପ୍ରତିଶତ ଓ 18 ପ୍ରତିଶତ। ଲଗଜୁରୀ ଓ ବିଳାସପୂର୍ଣ୍ଣ ସାମଗ୍ରୀ
ଜିଏସଟିର ନୂଆ ଦର ଲାଗୁ,     ସମସ୍ତଙ୍କୁ ବଡ ଆଶ୍ୱସ୍ତି


ନୂଆଦିଲ୍ଲୀ, 22 ସେପ୍ଟେମ୍ବର (ହି.ସ.)

- ଦେଶରେ ବସ୍ତୁ

ଓ ସେବା କର (ଜିଏସଟି) ର ନୂଆ ଦର ଆଜିଠାରୁ ଲାଗୁ ହୋଇଛି। ନବରାତ୍ରିର ପ୍ରଥମ ଦିନଠାରୁ ଲାଗୁ ହୋଇଥିବା ଏହି ନୂଆ ଦରଗୁଡ଼ିକରେ

ପ୍ରଧାନତଃ ଦୁଇଟି ବର୍ଗ ଅଛି – 5 ପ୍ରତିଶତ ଓ 18 ପ୍ରତିଶତ। ଲଗଜୁରୀ ଓ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ଅଲଗା ଭାବରେ 40 ପ୍ରତିଶତ

କର ଲାଗିବ। ସିଗାରେଟ୍, ତମ୍ବାକୁ ଓ ଅନ୍ୟ ସମ୍ବନ୍ଧିତ ବସ୍ତୁ ବ୍ୟତୀତ ଅନ୍ୟ ସମସ୍ତ ବସ୍ତୁ ଉପରେ ଏହି ନୂଆ କର ଦର

ଆଜିଠାରୁ କାର୍ଯ୍ୟକାରୀ ହୋଇଯାଇଛି। ଏହାଦ୍ୱାରା ସମସ୍ତ ବୟସର ଓ ସମସ୍ତ ସମୁଦାୟର ଲୋକମାନଙ୍କୁ

ବଡ ଆଶ୍ୱସ୍ତି ମିଳିଛି ।

ରୋଷେଇ ଘରେ ବ୍ୟବହୃତ

ସାମଗ୍ରୀ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍‌ସ, ଔଷଧ, ଉପକରଣ ଓ ଯାନବାହନ ସମେତ ପ୍ରାୟ 400 ଟି ବସ୍ତୁ ଶସ୍ତା ହୋଇଛି। ପ୍ରତିଦିନ ଦରକାରି ଜିନିଷ ପ୍ରସ୍ତୁତ

କରୁଥିବା ପ୍ରମୁଖ କମ୍ପାନୀମାନେ ଜିଏସଟିକମିବାର ଲାଭ ଗ୍ରାହକଙ୍କୁ ଦେବା ପାଇଁ ତାଙ୍କର ଉତ୍ପାଦନର ଦାମ

କମାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦି ଦେଶୀ ବସ୍ତୁକୁ ପ୍ରୋତ୍ସାହନ ଦେବାକୁ ଜୋର ଦେଇଛନ୍ତି। ଏହି ଅବସରର ପୂର୍ବ ସନ୍ଧ୍ୟାରେ

ସନ୍ଧ୍ୟା 5ଟାରେ ଦେଶବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଯେ, ଆଗାମୀ ପିଢି ପାଇଁ ଜିଏସଟିସୁଧାର ଭାରତର ବିକାଶ ଗାଥାକୁ ଗତି ଦେବ, ବ୍ୟବସାୟ ସହଜତାକୁ ବଢ଼ାଇବ ଓ ଅଧିକ ନିବେଶକଙ୍କୁ ଆକର୍ଷିତ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande