ନୂଆଦିଲ୍ଲୀ, 22 ସେପ୍ଟେମ୍ବର (ହି.ସ.)- ନୌସେନା
ପ୍ରମୁଖ ଆଡମିରାଲ ଦିନେଶ କେ. ତ୍ରିପାଠୀ ସୋମବାର ଦିନ ଶ୍ରୀଲଙ୍କାକୁ ଚାରିଦିନିଆ ସରକାରୀ ଗସ୍ତରେ
ଯାଇଛନ୍ତି । ଏହି ଯାତ୍ରା ସମୟରେ ସେ ଶ୍ରୀଲଙ୍କାର ତିନି ସେନା ବିଭାଗର ପ୍ରମୁଖ ଓ ଅନ୍ୟ ବରିଷ୍ଠ
ସରକାରୀ କର୍ମଚାରୀଙ୍କ ସହିତ ପ୍ରତିରକ୍ଷା ସହଯୋଗ ସଂପର୍କିତ ବ୍ୟାପକ ବିଷୟ ଉପରେ ଦ୍ୱିପାକ୍ଷିକ
ଆଲୋଚନା କରିବେ। ଆଡମିରାଲ ତ୍ରିପାଠୀ କୋଲମ୍ବୋରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ୍ ମେରିଟାଇମ୍
କନ୍ଫରେନ୍ସର 12ତମ ସଂସ୍କରଣରେ ମଧ୍ୟ ଅଂଶଗ୍ରହଣ କରିବେ, ଯାହାର ବିଷୟ ରହିଛି ‘ପରିବର୍ତ୍ତିତ ଗତିଶୀଳତା ଅନ୍ତର୍ଗତ ଭାରତ ମହାସାଗରର ସାମୁଦ୍ରିକ
ପରିଦୃଶ୍ୟ’।
ନୌସେନା କ୍ୟାପ୍ଟେନ୍
ବିବେକ ମଧୱାଲ କହିଛନ୍ତି ଯେ, ଆଡମିରାଲ ତ୍ରିପାଠୀ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଡ଼ା. ହରିନି
ଅମରସୁର୍ଯ୍ୟା ଓ ଭାଇସ୍ ଆଡମିରାଲ କଞ୍ଚନା ବନଗୋଡାଙ୍କୁ ଭେଟିବେ, ଯେଉଁଥିରେ
ସାମୁଦ୍ରିକ ସୁରକ୍ଷା, କ୍ଷମତା ବୃଦ୍ଧି,
ପ୍ରଶିକ୍ଷଣ ଓ ସହଯୋଗ ସୁଦୃଢ କରିବା ସୁଯୋଗ ସନ୍ଧାନ ଉପରେ ଜୋର
ଦିଆଯିବ।
ଭାରତୀୟ ନୌସେନା
ପ୍ରତିବର୍ଷ ବାର୍ଷିକ ରକ୍ଷା ବାର୍ତ୍ତାଳାପ,
ଷ୍ଟାଫ୍ ବାର୍ତ୍ତା ଓ ଅନ୍ୟ ପରିଚାଳନାତ୍ମକ ଆଲୋଚନା ମାଧ୍ୟମରେ
ଶ୍ରୀଲଙ୍କା ନୌସେନା ସହିତ ନିୟମିତ ଭାବେ ସଂପର୍କ ରଖୁଛି। ଏଥିରେ ଶ୍ରୀଲଙ୍କା-ଭାରତ ନୌସେନା
ଅଭ୍ୟାସ, ଜଳମାର୍ଗ
ଅଭ୍ୟାସ, ପ୍ରଶିକ୍ଷଣ
ଓ ହାଇଡ୍ରୋଗ୍ରାଫି ଆଦାନ ପ୍ରଦାନ ସାମିଲ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା