ଇଟାନଗର, 22 ସେପ୍ଟେମ୍ବର (ହି.ସ.)
- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ସୋମବାର ଦିନ କହିଛନ୍ତି ଯେ, କଂଗ୍ରେସର ଅବହେଳା କାରଣରୁ ଅରୁଣାଚଳ ପ୍ରଦେଶ ଓ ସମ୍ପୂର୍ଣ୍ଣ ଉତ୍ତର
ପୂର୍ବ ଭାରତ ଦଶନ୍ଧି ଧରି ବିକାଶରୁ ବଞ୍ଚିତ ହୋଇ ରହିଛି। କଂଗ୍ରେସ ଏହି ଅଞ୍ଚଳକୁ କେବଳ ଭୋଟ ଓ ଆସନର
ଗଣନା ଆଧାରରେ ଦେଖିଛି ଓ ଏହାକୁ ଅଣଦେଖା କରିଛି। ସେ କହିଛନ୍ତି ଯେ, 2014 ପରେ ବିଜେପି ଏହି ମାନସିକତାକୁ ବଦଳାଇ ଉତ୍ତରପୂର୍ବର ବିକାଶର
ପ୍ରାଥମିକତା କେନ୍ଦ୍ରରେ ରଖିଛି ।
ପ୍ରଧାନମନ୍ତ୍ରୀ ମୋଦି
5025 କୋଟି ଟଙ୍କାର ବିକାଶ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ପରେ ସଭାକୁ ସମ୍ବୋଧନ କରୁଛନ୍ତି।
ସେ କହିଛନ୍ତି, “ଆମ
ଅରୁଣାଚଳ ପ୍ରଦେଶରେ ସବୁଠାରୁ ପ୍ରଥମେ ସୂର୍ଯ୍ୟର କିରଣ ପହଞ୍ଚେ, କିନ୍ତୁ ବିକାଶର କିରଣ ପହଞ୍ଚିବାକୁ ଅନେକ ଦଶକ ଲାଗିଗଲା। କଂଗ୍ରେସ
ସମୟରେ ଦିଲ୍ଲୀରେ ବସିଥିବା ଲୋକମାନେ ଭାବୁଥିଲେ ଯେ ଏଠାରେ କେବଳ ଦୁଇଟି ଲୋକସଭା ଆସନ ଅଛି, ତେଣୁ ଧ୍ୟାନ ଦେବାର ଆବଶ୍ୟକତା ନାହିଁ। ଏହା କଂଗ୍ରେସର ମାନସିକତା
ଥିଲା ,
ଯାହା ଉତ୍ତର ପୂର୍ବ ଅଞ୍ଚଳକୁ ପଛକୁ ଠେଲିଦେଇଛି । ସେ କହିଛନ୍ତି ଯେ, ବିଜେପିର ମନ୍ତ୍ର ହେଉଛି “ଭୋଟ କିମ୍ବା ସିଟ୍ ନୁହେଁ, ରାଷ୍ଟ୍ର ପ୍ରଥମ”।
ପ୍ରଧାନମନ୍ତ୍ରୀ ସ୍ପଷ୍ଟ
କରିଛନ୍ତି ଯେ, ବିଜେପି
ସରକାର ସୀମାବର୍ତ୍ତୀ ଓ ପଛୁଆ ଅଞ୍ଚଳଗୁଡିକୁ ଏକ ନୂଆ ଦୃଷ୍ଟିକୋଣରୁ ଦେଖିଛି। ଯାହାକୁ କଂଗ୍ରେସ “ଲାଷ୍ଟ ଭିଲେଜ୍” ଓ “ବ୍ୟାକୱାର୍ଡ ଡିଷ୍ଟ୍ରିକ୍ଟ” ବୋଲି କହୁଥିଲା, ତାକୁ ବିଜେପି “ଫର୍ଷ୍ଟ ଭିଲେଜ୍” ଓ “ଆସ୍ପାୟରେସନାଲ ଡିଷ୍ଟ୍ରିକ୍ଟ” ବନାଇଛି। ଏହି ବଦଳାଯାଇଥିବା ମାନସିକତାର ପରିଣାମ ହେଉଛି ଯେ,
“ଭାଇବ୍ରେଣ୍ଟ ଭିଲେଜ୍” ପ୍ରୋଗ୍ରାମ ଆଜି ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କ ଜୀବନକୁ ସହଜ କରୁଛି।
ପ୍ରଧାନମନ୍ତ୍ରୀ ମୋଦି
ତାଙ୍କ ଏହି ଯାତ୍ରାକୁ ତିନୋଟି କାରଣରୁ ବିଶେଷ ବୋଲି କହିଛନ୍ତି , ନବରାତ୍ରି ଅବସରରେ ହିମାଳୟ କୋଳରେ
ପୂଜା କରିବାର ସୌଭାଗ୍ୟ,“ନେକ୍ସ୍ଟଜେନ୍ ଜିଏସଟି
ସୁଧାର”, ଅରୁଣାଚଳ ପ୍ରଦେଶକୁ 5025 କୋଟି ଟଙ୍କାର ପ୍ରକଳ୍ପର ଉପହାର।
ସେ କହିଛନ୍ତି, ନବରାତ୍ରିର ପ୍ରଥମ ଦିନ ଆମେ ମା ଶୈଳପୁତ୍ରୀଙ୍କ ପୂଜା କରୁଥାଉ। ଏହି
ପର୍ବତମାଳା ମଧ୍ୟରେ ରହି ଭକ୍ତି କରିବା ଏକ ଦିବ୍ୟ ଅନୁଭୂତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା