ବନ୍ୟା ପ୍ରଭାବିତ ପଂଜାବ ପାଇଁ ବ୍ୟାପକ ରିଲିଫ ପ୍ୟାକେଜ ଘୋଷଣା କରୁ କେନ୍ଦ୍ର- ରାହୁଲ ଗାନ୍ଧି
ନୂଆଦିଲ୍ଲୀ, 22 ସେପ୍ଟେମ୍ବର (ହି.ସ.)- କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପଞ୍ଜାବର ବନ୍ୟା ପୀଡିତଙ୍କ ପୁନଃସ୍ଥାପନ ପାଇଁ କେନ୍ଦ୍ର ସରକାର ଦ୍ୱାରା ଘୋଷିତ 1600 କୋଟି ଟଙ୍କାର ପ୍ରାରମ୍ଭିକ ରିଲିଫ ପ୍ୟାକେଜ୍‌କୁ ଅପର୍ଯ୍ୟାପ୍ତ
ବନ୍ୟା ପ୍ରଭାବିତ ପଂଜାବ     ପାଇଁ ବ୍ୟାପକ ରିଲିଫ ପ୍ୟାକେଜ ଘୋଷଣା କରୁ କେନ୍ଦ୍ର- ରାହୁଲ ଗାନ୍ଧି


ନୂଆଦିଲ୍ଲୀ, 22 ସେପ୍ଟେମ୍ବର (ହି.ସ.)- କଂଗ୍ରେସର

ପୂର୍ବତନ ଅଧ୍ୟକ୍ଷ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପଞ୍ଜାବର ବନ୍ୟା ପୀଡିତଙ୍କ

ପୁନଃସ୍ଥାପନ ପାଇଁ କେନ୍ଦ୍ର ସରକାର ଦ୍ୱାରା ଘୋଷିତ 1600 କୋଟି ଟଙ୍କାର ପ୍ରାରମ୍ଭିକ ରିଲିଫ

ପ୍ୟାକେଜ୍‌କୁ ଅପର୍ଯ୍ୟାପ୍ତ ବୋଲି କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ

ଅନୁରୋଧ କରିଛନ୍ତି ଯେ, ରାଜ୍ୟ ପାଇଁ ଏକ

ବ୍ୟାପକ ପ୍ୟାକେଜ୍ ଘୋଷଣା କରାଯାଉ।

ସୋମବାର ଦିନ ରାହୁଲ

ଗାନ୍ଧୀ ଏକ 10 ମିନିଟ୍ 52 ସେକେଣ୍ଡର ଡକ୍ୟୁମେଣ୍ଟାରୀ ଏକ୍ସରେ ପୋଷ୍ଟ କରିଛନ୍ତି। ଏଥିରେ ସେ

ପଞ୍ଜାବରେ ସ୍ଥାନୀୟ କଂଗ୍ରେସ ନେତାମାନଙ୍କ ସହିତ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରୁଥିବା ଓ

ଲୋକଙ୍କ ଅସୁବିଧା ଶୁଣୁଥିବା ଦୃଶ୍ୟ ଦେଖାଯାଉଛି। ଏହି ଭିଡିଓରେ ତାଙ୍କ ସହିତ ପଞ୍ଜାବର ପୂର୍ବତନ

ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ମଧ୍ୟ ଅଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି

ଯେ, ପଞ୍ଜାବରେ ବନ୍ୟା ଯୋଗୁ 20 ହଜାର କୋଟି ଟଙ୍କାର କ୍ଷତି ହୋଇଛି, କିନ୍ତୁ ସରକାର କେବଳ 1600 କୋଟି ଟଙ୍କା ରିଲିଫ ଘୋଷଣା କରିଛନ୍ତି, ଯାହା ପଞ୍ଜାବର ଲୋକଙ୍କ ପାଇଁ ଏକ ଅନ୍ୟାୟ। ସେ ଏହି ଭୀଷଣ ବନ୍ୟା

ସମୟରେ ଲଢ଼ିଥିବା ପଞ୍ଜାବ ବାସୀଙ୍କ ସାହସ ଓ ଧୈର୍ଯ୍ୟର ପ୍ରଶଂସା କରିଥିବା ସହିତ ସେମାନଙ୍କୁ

ଆଶ୍ରୟ ଓ ଶକ୍ତି ଦେବାକୁ ଆହ୍ୱାନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande