ଅଯୋଧ୍ୟାର ବିଜୟାଦଶମୀ ଉତ୍ସବରେ ସାମିଲ ହେବେ ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ
ଲକ୍ଷ୍ନୌ/ଅଯୋଧ୍ୟା, 22 ସେପ୍ଟେମ୍ବର (ହି.ସ.) ରାମକଥା ପାର୍କରୁ ରାମମନ୍ଦିରର ମୁଖ୍ୟ ପ୍ରବେଶଦ୍ୱାର ଯାଏ ପଥ ସଂଚାଳନ କରିବେ ସ୍ୱୟଂସେବକ - ଚଳିତ ବର୍ଷ ବିଜୟାଦଶମୀ ଉତ୍ସବ ଦିନରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷର ଶୁଭାରମ୍ଭ ହେବ। ଅୟୋଧ୍ୟାର ରାମକଥା ପାର୍
ଅଯୋଧ୍ୟାର ବିଜୟାଦଶମୀ     ଉତ୍ସବରେ ସାମିଲ ହେବେ ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ


ଲକ୍ଷ୍ନୌ/ଅଯୋଧ୍ୟା, 22 ସେପ୍ଟେମ୍ବର (ହି.ସ.)

ରାମକଥା ପାର୍କରୁ

ରାମମନ୍ଦିରର ମୁଖ୍ୟ ପ୍ରବେଶଦ୍ୱାର ଯାଏ ପଥ ସଂଚାଳନ କରିବେ ସ୍ୱୟଂସେବକ

- ଚଳିତ

ବର୍ଷ ବିଜୟାଦଶମୀ ଉତ୍ସବ ଦିନରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷର ଶୁଭାରମ୍ଭ ହେବ।

ଅୟୋଧ୍ୟାର ରାମକଥା ପାର୍କରେ 2 ଅକ୍ଟୋବର ତାରିଖରେ ଆୟୋଜିତ ବିଜୟାଦଶମୀ ଉତ୍ସବରେ ସଂଘର ସରକାର୍ଯ୍ୟବାହ

ଦତ୍ତାତ୍ରେୟ ହୋସବାଲେ ଉପସ୍ଥିତ ରହିବେ। ବିଜୟାଦଶମୀ ଦିନରେ ରାମକଥା ପାର୍କରୁ ଶ୍ରୀରାମ

ଜନ୍ମଭୂମି ମନ୍ଦିରର ପ୍ରଧାନ ପ୍ରବେଶ ଦ୍ୱାର ପର୍ଯ୍ୟନ୍ତ ସଂଘ ପକ୍ଷରୁ ପଥ ସଂଚଳନ (ରାଲି) ମଧ୍ୟ ବାହାରିବ।

ଏହି ସମ୍ପର୍କରେ ଅଯୋଧ୍ୟାର

ଶ୍ରୀରାମ ଆଶ୍ରମର ମହନ୍ତ ଓ ରାମଲଲା ନଗରର ନଗର ସଂଘଚାଳକ ମହନ୍ତ ଜୟରାମ ଦାସ ମହାରାଜ

ହିନ୍ଦୁସ୍ଥାନ ସମାଚାରକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, 2 ଅକ୍ଟୋବର ସକାଳ 8 ଟାରେ ରାମକଥା ପାର୍କରେ ବିଜୟାଦଶମୀ ଉତ୍ସବ

ଆୟୋଜିତ ହେବ।

ଏହି ଉତ୍ସବରେ ରାମଲଲା ନଗର

ଓ ଅଶୋକ ସିଂଘଲ ନଗରର 2000 ସଂଘ ସ୍ୱୟଂସେବକ ପୂର୍ଣ୍ଣ ଗଣବେଶରେ ଉପସ୍ଥିତ ରହିବେ। ଏହି ଅବସରରେ

ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ସ୍ୱୟଂସେବକମାନଙ୍କୁ ସମ୍ବୋଧନ କରିବେ।

ଏହି କାର୍ଯ୍ୟକ୍ରମର

ଅଧ୍ୟକ୍ଷତା କରିବେ ଭଗବାନ ଶ୍ରୀ ଋଷଭଦେବ ଜନ୍ମଭୂମି ଦିଗମ୍ବର ଜୈନ ତୀର୍ଥର ପୀଠାଧୀଶ ସନ୍ଥ

ରବୀନ୍ଦ୍ରକୀର୍ତି ସ୍ୱାମୀ।

ମହନ୍ତ ଜୟରାମ ଦାସ

କହିଛନ୍ତି ଯେ, ସମସ୍ତ

ମଠ ଓ ମନ୍ଦିର ସହିତ ସଂଯୋଗ ସ୍ଥାପନ କରାଯାଉଛି। ଦୁଇଟି ନଗରର ସମସ୍ତ ବସ୍ତିରେ ଚାଲୁଥିବା ସଂଘ

ଶାଖାମାନଙ୍କର ସ୍ୱୟଂସେବକଙ୍କ ପାଇଁ ଗଣବେଶ ପ୍ରସ୍ତୁତ କରାଯାଉଛି। ପ୍ରତ୍ୟେକ ଶାଖାରୁ କମ୍ ସେ

କମ୍ 50 ଜଣ ସ୍ୱୟଂସେବକ ପୂର୍ଣ୍ଣ ଗଣବେଶରେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ, ଆଶା କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande