ଲକ୍ଷ୍ନୌ, 22 ସେପ୍ଟେମ୍ବର (ହି.ସ.)
- ଶାରଦୀୟ ନବରାତ୍ରର
ଶୁଭେଚ୍ଛା ଜଣାଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଜଗଧାତ୍ରୀ ମାଆ ଭାଗବତୀଙ୍କ ଉପାସନାର ପବିତ୍ର
ପର୍ବ ଶାରଦୀୟ ନବରାତ୍ରୀର ପ୍ରଥମ ଦିନରେ ମାଆ ଶୈଳପୁତ୍ରୀଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ,
ସମସ୍ତଙ୍କ ଜୀବନରେ ସଂଯମ, ସାହସ ଓ ସଂକଳ୍ପର ବୀଜ ଅଙ୍କୁରିତ ହେଉ । ମାଆଙ୍କ କୃପା ଯୋଗୁ ଅଖିଳ
ବିଶ୍ୱ ସୁଖ, ଶାନ୍ତି ଓ ସମୃଦ୍ଧିର କିରଣରେ ଆଲୋକିତ ହେଉ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା