ସ୍ଵଚ୍ଛତା ହିଁ ସେବା ଅଭିଯାନ: ଦେଶବ୍ୟାପୀ ଏପର୍ଯ୍ୟନ୍ତ ୧.୮୯ କୋଟି ଲୋକ ସାମିଲ୍
ନୂଆଦିଲ୍ଲୀ, ୨୩ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ (ସେପ୍ଟେମ୍ବର ୧୭) ରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନ, ସାରା ଦେଶରେ ଏକ ପ୍ରମୁଖ ଜନଭାଗୀଦାରୀ ଆନ୍ଦୋଳନରେ ପରିଣତ ହୋଇଛି । ବିଭିନ୍ନ ରାଜ୍ୟ ଏବଂ ସହରଗୁଡ଼ିକରେ ବଡ଼ ଧରଣର ସ୍ୱଚ୍ଛତା କାର୍ଯ୍ୟକଳାପ ଚାଲି
ସ୍ଵଚ୍ଛତା ହିଁ ସେବା ଅଭିଯାନ: ଦେଶବ୍ୟାପୀ ଏପର୍ଯ୍ୟନ୍ତ ୧.୮୯ କୋଟି ଲୋକ ସାମିଲ୍


ନୂଆଦିଲ୍ଲୀ, ୨୩ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ (ସେପ୍ଟେମ୍ବର ୧୭) ରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନ, ସାରା ଦେଶରେ ଏକ ପ୍ରମୁଖ ଜନଭାଗୀଦାରୀ ଆନ୍ଦୋଳନରେ ପରିଣତ ହୋଇଛି । ବିଭିନ୍ନ ରାଜ୍ୟ ଏବଂ ସହରଗୁଡ଼ିକରେ ବଡ଼ ଧରଣର ସ୍ୱଚ୍ଛତା କାର୍ଯ୍ୟକଳାପ ଚାଲିଛି, ଯେଉଁଥିରେ ସ୍ୱେଚ୍ଛାସେବୀ ଶ୍ରମ, ସାର୍ବଜନୀନ ସ୍ଥାନ ସଫା କରିବା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପରିମଳ-ଲକ୍ଷ୍ୟ ୟୁନିଟ୍ ଗୁଡ଼ିକର ରୂପାନ୍ତର ଅନ୍ତର୍ଭୁକ୍ତ । ଏହି ଅଭିଯାନ କ୍ରମେ ସ୍ୱଚ୍ଛତା -ଲକ୍ଷ୍ୟ ୟୁନିଟ୍ ଗୁଡ଼ିକୁ ଦ୍ରୁତ ଗତିରେ ଚିହ୍ନଟ, ରୂପାନ୍ତରିତ ଏବଂ ସୌନ୍ଦର୍ଯ୍ୟକରଣର କାର୍ଯ୍ୟ ଦୃତ ଗତିରେ ଚାଲିଛି । ଯାହା ଫଳରେ ସ୍ଥାନୀୟ ସ୍ତରରେ ଉପଯୁକ୍ତ ପରିବର୍ତନ ପରିଲକ୍ଷିତ ହେବ ।

କେନ୍ଦ୍ର ଗୃହ ଏବଂ ନଗର ବିକାଶ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୧,୦୯,୧୫୧ ପରିମଳ ଲକ୍ଷ୍ୟ ୟୁନିଟ୍ (ସିଟିୟୁ) ଚିହ୍ନଟ କରାଯାଇଛି, ଯାହା ମଧ୍ୟରୁ ୨,୪୮,୨୪୧ ୟୁନିଟ୍ କୁ ସଫା କରାଯାଇ ସାରିଛି । ଏହି ସମୟରେ ମୋଟ୍ ୯୬,୬୯,୯୭୫ ଜଣ ଲୋକ ଏହି ୟୁନିଟ୍ ଗୁଡ଼ିକରେ ଅଂଶଗ୍ରହଣ କରିଛନ୍ତି ଏବଂ ୪,୩୫,୦୭୬ ଜଣ ସିଧାସଳଖ ଉପକୃତ ହୋଇଛନ୍ତି । ସାରା ଦେଶରେ ମୋଟ୍ ୨,୫୩,୮୮୪ଟି ସାର୍ବଜନୀନ ସ୍ଥାନ ସଫା କରାଯାଇଛି, ଯେଉଁଥିରେ ୭୨,୫୯,୧୯୮ ଜଣ ଲୋକ ଅଂଶଗ୍ରହଣ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande