ଗୌତମବୁଦ୍ଧ ନଗର, ୨୩ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୫ ତାରିଖରେ ୟୁପି ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ ଉଦଘାଟନ କରିବେ । ତାଙ୍କର ସୁରକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ, ମଙ୍ଗଳବାର ଗୌତମ ବୁଦ୍ଧ ନଗରର ଏକ୍ସପୋ ମାର୍ଟ ଏବଂ ସେଂଟରରେ ଏସପିଜି ଏବଂ ବାୟୁସେନା ମିଳିତ ଭାବରେ ହେଲିକପ୍ଟର ଅବତରଣ କରି ଏକ ମକ୍ ଡ୍ରିଲ୍ କରିଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୫ ରୁ ୨୯ ତାରିଖ ପର୍ଯ୍ୟନ୍ତ ଗୌତମ ବୁଦ୍ଧ ନଗରର ଏକ୍ସପୋ ମାର୍ଟ ଏବଂ ସେଂଟରରେ ଅନୁଷ୍ଠିତ ହେବାକୁ ଥିବା ୟୁପି ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଦର୍ଶନୀ (ୟୁପିଆଇଟିଏସ)ର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି, ଏସପିଜି ଏବଂ ବାୟୁସେନା ମିଳିତ ଭାବରେ ଏକ ମକ୍ ଡ୍ରିଲ୍ କରିଥିଲେ, ଯେଉଁଥିରେ ବାୟୁସେନା ହେଲିକପ୍ଟର ଏକ୍ସପୋ ମାର୍ଟରେ ଅବତରଣ କରିଥିଲା । ଏହି ସମୟରେ ସମ୍ପୂର୍ଣ୍ଣ ଏକ୍ସପୋ ମାର୍ଟ ପରିସରକୁ ଏସପିଜି ନିଜ ସୁରକ୍ଷା ବଳୟରେ ରଖିଛି । ପ୍ରଧାନମନ୍ତ୍ରୀଙ୍କ ଆଗମନ ଠାରୁ ତାଙ୍କ ପ୍ରସ୍ଥାନ ପର୍ଯ୍ୟନ୍ତ, ଏସପିଜି ସମଗ୍ର ପରିସର ଏବଂ ଆଖପାଖ ଅଂଚଳରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସକ୍ରିୟ ରହିଛି । ଏସପିଜିର ବରିଷ୍ଠ ଅଧିକାରୀ, ପୋଲିସ କମିଶନରେଟ୍ ଗୌତମ ବୁଦ୍ଧ ନଗରର ବରିଷ୍ଠ ଅଧିକାରୀ ମାନେ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ କଥାବାର୍ତା କରି ସୁରକ୍ଷା ବ୍ୟବସ୍ଥାକୁ ଅଭେଦ୍ୟ କରିବା ପାଇଁ ଲାଗି ପଡିଛନ୍ତି । ଏହାକୁ ନେଇ ବୈଠକ ମଧ୍ୟ ଲଗାତାର ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ