ନୂଆଦିଲ୍ଲୀ୨୩ ସେପ୍ଟେମ୍ବର (ହି.ସ)-ଗ୍ଲୋବାଲ ଟ୍ରେଡରେ ଆମେରିକା ଦ୍ୱାରା
ସଂରକ୍ଷଣବାଦୀ ମନୋଭାବ ଗ୍ରହଣ ଏବଂ ଷ୍ଟକ ବଜାରରେ
ବିଦେଶୀ ନିବେଶକଙ୍କ ଦ୍ୱାରା ବିକ୍ରି ଜାରି ରଖିବା ଯୋଗୁଁ ଆଜି ଟଙ୍କା ଡଲାର ତୁଳନାରେ ରେକର୍ଡ
ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସକାଳ ୧୧:୩୦ ସୁଦ୍ଧା କାରବାର ପରେ ଭାରତୀୟ ମୁଦ୍ରା ୩୮ ପଇସା
ହ୍ରାସ ସହିତ ୮୮.୬୯ ଟଙ୍କା ପ୍ରତି ଡଲାର ସ୍ତରରେ କାରବାର କରୁଥିଲା।ଏହା ପୁର୍ବରୁ ପୂର୍ବ ବାଣିଜ୍ୟ ଦିବସ ସୋମବାରଭାରତୀୟ ମୁଦ୍ରା ୮୮.୩୧ ଟଙ୍କା ପ୍ରତି ଡଲାର
ସ୍ତରରେ ବନ୍ଦ ହୋଇଥିଲା।ଟଙ୍କା ଆଜିର କାରବାର
ହ୍ରାସ ପାଇ ଆରମ୍ଭ କରିଥିଲା।ଇଣ୍ଟରବ୍ୟାଙ୍କ ଫରେନ ଏକ୍ସଚେଞ୍ଜ ମାର୍କେଟରେ ଭାରତୀୟ ମୁଦ୍ରା ଆଜି
ସକାଳେ ଡଲାର ତୁଳନାରେ ୧୦ ପଇସା ହ୍ରାସ ପାଇବା ସହିତ 88.41 ଟଙ୍କା ସ୍ତରରେ କାରବାର ଆରମ୍ଭ
କରିଥିଲା। ଆଜିର କାରବାର ଆରମ୍ଭ ହେବା ପରେ କିଛି ସମୟ ପାଇଁ ଟଙ୍କା ଓପନିଙ୍ଗ ଲେବଲରୁ ୧ ପଇସା ରିକଭରି
କରି ୮୮.୪୦ ରେ ପହଞ୍ଚିଥିଲା। କିନ୍ତୁ ଏହା ପରେ
ବଜାରରେ ନକାରାତ୍ମକ ଭାବନା ଯୋଗୁଁଟଙ୍କା ହ୍ରାସ ପାଇ ଚାଲିଥିଲା, ଯାହା ଏପର୍ଯ୍ୟନ୍ତ ଏହାର ସର୍ବନିମ୍ନ ସ୍ତର ୮୮.୭୧ ପ୍ରତି ଡଲାର ପର୍ଯ୍ୟନ୍ତ ପହଞ୍ଚିଥିଲା।
ଯଦିଓ ଏହା ପରେ ଟଙ୍କା 2 ପଇସାର ସାମାନ୍ୟ ସୁଧାର ଆସିଥିଲା, କିନ୍ତୁ ମୁଦ୍ରା ବଜାରରେ ଟଙ୍କା ଉପରେ
ନିରନ୍ତର ଚାପ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା