୨୦ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ହାତରେ ବନ୍ଧା ହେଲେ ମହାକାଳପଡ଼ା ତହସିଲଦାର
କେନ୍ଦ୍ରାପଡ଼ା, ୨୩ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ତହସିଲଦାର ଶିବ ପ୍ରସାଦ ମଲିକଙ୍କୁ ୨୦ ହଜାର ଟଙ୍କା ଲାଂଚ ନେଇଥିବାବେଳେ ଭିଜିଲାନ୍ସ ବାନ୍ଧିଛି । ଆଜି ପୂର୍ବାହ୍ନରେ କଟକ ଓ କେନ୍ଦ୍ରାପଡାର ଭିଜିଲାନ୍ସ ଟିମ୍ ମହାକାଳପଡ଼ା ତହସିଲ କାର୍ଯୟାଳୟର ତହସିଲଦାରଙ୍କ ବିଶ୍ରାମ କକ୍ଷରୁ
୨୦ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ହାତରେ ବନ୍ଧା ହେଲେ ମହାକାଳପଡ଼ା ତହସିଲଦାର


କେନ୍ଦ୍ରାପଡ଼ା, ୨୩ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ତହସିଲଦାର ଶିବ ପ୍ରସାଦ ମଲିକଙ୍କୁ ୨୦ ହଜାର ଟଙ୍କା ଲାଂଚ ନେଇଥିବାବେଳେ ଭିଜିଲାନ୍ସ ବାନ୍ଧିଛି । ଆଜି ପୂର୍ବାହ୍ନରେ କଟକ ଓ କେନ୍ଦ୍ରାପଡାର ଭିଜିଲାନ୍ସ ଟିମ୍ ମହାକାଳପଡ଼ା ତହସିଲ କାର୍ଯୟାଳୟର ତହସିଲଦାରଙ୍କ ବିଶ୍ରାମ କକ୍ଷରୁ ୨୦ ହଜାର ଟଙ୍କା ଜବତ କରିବା ସହ ତହସିଲଦାର ଶିବ ପ୍ରସାଦ ମଲିକଙ୍କୁ ପଚରା ଉଚରା ଜାରି ରଖିଛି। ଘଟଣା ମୁତାବକ ବରକନ୍ଦ ପଂଚାୟତର ଗୋଜାବନ୍ଧ ଗ୍ରାମର ପିତାମ୍ବର ସ୍ୱାଇଁଙ୍କ ଘର ଆଗରେ ଥିବା ଏକ ସରକାରୀ ଜାଗାକୁ ଜନୈକ ବ୍ୟକ୍ତି ଜବରଦଖଲ କରି ନିର୍ମାଣ କାର୍ଯ୍ୟ କରିଥିଲେ। ଫଳରେ ପିତାମ୍ବରଙ୍କ ଘରକୁ ଯିବା ଆସିବା ବାଟ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ପିତାମ୍ବର ଜବର ଦଖଲ ଉଚ୍ଚେଦ ପାଇଁ ୨୦୨୪ ମସିହାରୁ ତହସିଲଦାରଙ୍କୁ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଥିଲେ । ଏନେଇ ସ୍ଥାନୀୟ ଆର୍‌ଆଇ ଏହି ଜବର ଦଖଲ ସଂପର୍କରେ ୨୦୨୪ ଏପ୍ରିଲ ମାସରେ ରିପୋର୍ଟ ପ୍ରଦାନ କରିଥିବାବେଳେ ଦୀର୍ଘ ବର୍ଷକରୁ ଅଧିକ ସମୟ ଧରି ତହସିଲଦାର ଶ୍ରୀ ମଲିକ ମାମଲାକୁ ପକାଇ ରଖିଥିଲେ। ତେବେ ପରେ ୨୦ ହଜାର ଟଙ୍କା ଲାଂଚ ନେଲେ ଜବର ଦଖଲ ଉଚ୍ଛେଦ ହେବ ବୋଲି ଦାବି କରିବାରୁ ପିତାମ୍ବରଙ୍କ ଜ୍ୱାଇଁ ଅନ୍ତର୍ଯ୍ୟାମୀ ଭିଜିଲାନ୍ସ ବିଭାଗର ସରଣାପନ୍ନ ହୋଇଥିଲେ। ବିଭାଗ ପକ୍ଷରୁ କେସ ନଂ-୨୯/୨୦୨୫ରେ ଏକ ମାମଲା ରୁଜୁ କରାଯାଇ ଆଜି ଭିଜିଲାନ୍ସ ଟିମ୍ ମହାକାଳପଡା ତହସିଲ କାର୍ଯ୍ୟାଳୟରେ ଲାଂଚ ନେଉଥିବାବେଳେ ତହସିଲଦାର ଶ୍ରୀ ମଲିକଙ୍କୁ ଗିରଫ କରିବା ସହ ଲାଂଚ ଟଙ୍କା ଜବତ କରିଛି । ଏହାସହ ଡେରାବିଶ ବ୍ଲକର ବାଘିଲୋବାବନପୁରରେ ଥିବା ତାଙ୍କ ପୈତୃକ ଘର, ଗୋଟିଏ ମାର୍କେଟ କମ୍ପେ୍ଲକ୍ସ, ଗଣେଶ ପୁରରେ ଥିବା ୨ ମହଲା କୋଠାଘର, ଭାଗବତପୁରରେ ଥିବା ୩ ମହାଲା କେଠାଘର, ପୁରୀ ଡେଲାଙ୍ଗରେ ଥିବା ତାଙ୍କ ପୁଅଙ୍କ ବାସ ଭବନ, ଏବଂ ତାଙ୍କ ନିକଟରୁ ୧ ଲକ୍ଷ ୫୪ ହଜାର ଟଙ୍କା ସହିତ ତହସିଲ କାର୍ଯ୍ୟାଳୟ ଓ ସରକାରୀ ଭାସ ଭବନ ସହିତ ୬ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande