ଇନ୍ଦୋର, 23 ସେପ୍ଟେମ୍ବର (ହି.ସ.)
- ଦେଶରେ
ମିନି ମୁମ୍ବାଇ ନାମରେ ପ୍ରସିଦ୍ଧ ଇନ୍ଦୋର ସହରର ରାଣୀପୁରା ଅଞ୍ଚଳରେ ଜବାହର
ମାର୍ଗରେ ପ୍ରେମସୁଖ ଟକିଜ୍ ପଛରେ ଥିବା ଏକ ପାଞ୍ଚ ମହଲା ଘର ଧସିପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ
ଘଟିଛି। ଧ୍ୱଂସାବଶେଷ ତଳେ ଅଟକିଥିବା 14 ଜଣଙ୍କ ମଧ୍ୟରୁ 12 ଜଣଙ୍କୁ ଉଦ୍ଧାର କରାଯାଇଛି। କଲେକ୍ଟର
ଶିବମ ବର୍ମା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଉଦ୍ଧାର କରାଯାଇଥିବା ଲୋକମାନଙ୍କ
ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ପାଦରେ ଗୁରୁତର ଆଘାତ ଲାଗିଛି ଏବଂ ତାଙ୍କର ଚିକିତ୍ସା ଚାଲିଛି।
ଅଧିକାରୀମାନଙ୍କ ଅନୁସାରେ, ଏହି ଦୁର୍ଘଟଣା ରାତି ପ୍ରାୟ 9ଟା ସମୟରେ ଜବାହର ମାର୍ଗର ପତାକା ଛକ ନିକଟରେ ଥିବା
ଦୌଲତଗଞ୍ଜରେ ପ୍ରେମ ଟକିଜ୍ ପଛରେ ଘଟିଥିଲା। ସୂଚନା ମିଳିବା ମାତ୍ରେ ନଗର ନିଗମ ଓ ପୋଲିସ୍
ପ୍ରଶାସନର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ତିନିଟି ଜେସିବି ମାଧ୍ୟମରେ ଉଦ୍ଧାର କାର୍ଯ୍ୟ
ଆରମ୍ଭ କରାଯାଇଥିଲା। ପାଖରେ ଥିବା ଲୋକମାନେ କହିଛନ୍ତି ଯେ, ଏହି ଘରେ ଛଅଟି
ପରିବାର ବାସ କରୁଥିଲେ। ଉଦ୍ଧାର କାର୍ଯ୍ୟରେ ଏସ୍ଡିଈଆରଏଫ୍ ଟିମ୍ଙ୍କ ସାହାଯ୍ୟ ନିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା