ମହାରାଷ୍ଟ୍ରର 30 ଜିଲ୍ଲାରେ ବନ୍ୟା ପରିସ୍ଥିତି, 8ଜଣଙ୍କ ମୃତ୍ୟୁ, 10 ଆହତ
ମୁମ୍ବାଇ, 23 ସେପ୍ଟେମ୍ବର (ହି.ସ.)- ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ୍ ମଙ୍ଗଳବାର ଦିନ ମୁମ୍ବାଇରେ କହିଛନ୍ତି ଯେ ମହାରାଷ୍ଟ୍ରରେ ମୂଷଳଧାରରେ ବୃଷ୍ଟି ହେବାରୁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଫଳରେ ଗତ 24 ଘଣ୍ଟାରେ 8 ଜଣ ମୃତ୍ୟୁ ଓ 10 ଜଣ ଆହତ ହୋ
ମହାରାଷ୍ଟ୍ରର 30     ଜିଲ୍ଲାରେ ବନ୍ୟା ପରିସ୍ଥିତି, 8ଜଣଙ୍କ ମୃତ୍ୟୁ, 10 ଆହତ


ମୁମ୍ବାଇ, 23 ସେପ୍ଟେମ୍ବର (ହି.ସ.)- ମହାରାଷ୍ଟ୍ରର

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ୍ ମଙ୍ଗଳବାର ଦିନ ମୁମ୍ବାଇରେ କହିଛନ୍ତି ଯେ ମହାରାଷ୍ଟ୍ରରେ

ମୂଷଳଧାରରେ ବୃଷ୍ଟି ହେବାରୁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଫଳରେ ଗତ 24 ଘଣ୍ଟାରେ 8 ଜଣ

ମୃତ୍ୟୁ ଓ 10 ଜଣ ଆହତ ହୋଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳର କୃଷକମାନଙ୍କୁ ସାହାଯ୍ୟ ପାଇଁ ଆଜି

କ୍ୟାବିନେଟ୍ ବୈଠକରେ 2215 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ସାହାଯ୍ୟ ରାଶି ଆଗାମୀ ଗୋଟିଏ

ସପ୍ତାହ ମଧ୍ୟରେ 31.24 ଲକ୍ଷ ପ୍ରଭାବିତ କୃଷକଙ୍କର ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯିବ।

ମୁଖ୍ୟମନ୍ତ୍ରୀ ଫଡଣବୀସ୍

ଏହି ବୈଠକ ପରେ ପ୍ରେସମିଟରେ କହିଛନ୍ତି ଯେ, ମହାରାଷ୍ଟ୍ରର ମରାଠୱାଡ଼ା ଅଞ୍ଚଳ — ବୀଡ଼, ପରଭଣି, ସଂଭାଜୀନଗର, ଧାରାଶିଵ, ଲାତୁର ଇତ୍ୟାଦି ଜିଲ୍ଲାରେ ବନ୍ୟାରୁ ସବୁଠାରୁ ବେଶି କ୍ଷତି ହୋଇଛି। ବୀଡ଼

ଓ ଧାରାଶିଵରେ ବନ୍ୟାରେ ଫସିଥିବା ଲୋକମାନଙ୍କୁ ହେଲିକପ୍ଟର ଦ୍ୱାରା ରେସ୍କ୍ୟୁ କରାଯାଉଛି। ସେ

ନୌସେନା ନିକଟରୁ ଅଧିକ ହେଲିକପ୍ଟର ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବନ୍ୟା ପ୍ରଭାବିତ

ଅଞ୍ଚଳରେ ଆବଶ୍ୟକ ହେଲେ ଅଧିକ ସାହାଯ୍ୟ ମଧ୍ୟ ଦିଆଯିବ। ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନେ ନିଶ୍ଚିତ ଭାବେ ସାହାଯ୍ୟ ପାଇବେ। ସେ ସମସ୍ତ ମନ୍ତ୍ରୀମାନଙ୍କୁ

ଆସନ୍ତା କାଲିଠାରୁ ବନ୍ୟା ପ୍ରଭାବିତ ଅଞ୍ଚଳର ପରିଦର୍ଶନ କରିବାକୁ ନିର୍ଦେଶ ଦେଇଛନ୍ତି।

ଜିଲ୍ଲାପାଳଙ୍କୁ ସ୍ଥାନୀୟ ତହବିଲ ଓ ସାହାଯ୍ୟ ପାଇଁ ଅଧିକୃତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande