ନ୍ୟୁୟର୍କରେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ରୁବିଓ ଓ ୟୁରୋପୀୟ ସଂଘର ନେତାଙ୍କୁ ଭେଟିଲେ ଜୟଶଙ୍କର
ନ୍ୟୁୟର୍କ, 23 ସେପ୍ଟେମ୍ବର (ହି.ସ.)- ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସୋମବାର ଦିନ ଆମେରିକୀୟ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ସାକ୍ଷାତ କରିଛନ୍ତି । ଏହାସହିତ ସେ ୟୁରୋପିୟ ସଂଘର ନେତାମାନଙ୍କ ସହ ମଧ୍ୟ ଭେଟଘାଟ କରିଛନ୍ତି । ଏହି ଅବସରର ଫଟୋ ଓ ସଂକ୍ଷିପ
ନ୍ୟୁୟର୍କରେ ଆମେରିକୀୟ     ବୈଦେଶିକ ମନ୍ତ୍ରୀ ରୁବିଓ ଓ ୟୁରୋପୀୟ ସଂଘର ନେତାଙ୍କୁ ଭେଟିଲେ ଜୟଶଙ୍କର


ନ୍ୟୁୟର୍କ, 23 ସେପ୍ଟେମ୍ବର (ହି.ସ.)- ଭାରତୀୟ ବୈଦେଶିକ

ମନ୍ତ୍ରୀ ଏସ୍. ଜୟଶଙ୍କର ସୋମବାର ଦିନ ଆମେରିକୀୟ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ସାକ୍ଷାତ

କରିଛନ୍ତି । ଏହାସହିତ ସେ ୟୁରୋପିୟ ସଂଘର ନେତାମାନଙ୍କ ସହ ମଧ୍ୟ ଭେଟଘାଟ କରିଛନ୍ତି । ଏହି ଅବସରର

ଫଟୋ ଓ ସଂକ୍ଷିପ୍ତ ବିବରଣୀ ସେ ତାଙ୍କର ଏକ୍ସ ହ୍ୟାଣ୍ଡଲରେ ସେୟାର କରିଛନ୍ତି।

ଜୟଶଙ୍କର ଏକ୍ସ ପୋଷ୍ଟରେ

ଲେଖିଛନ୍ତି ଯେ, ଆଜି ସକାଳେ ନ୍ୟୁୟର୍କରେ ଅମେରିକୀୟ ବିଦେଶମନ୍ତ୍ରୀ ମାର୍କୋ ରୁବିଓ ସହ

ଭେଟି ଖୁସି ହୋଇଛି । ଆମ ଆଲୋଚନାରେ ବର୍ତ୍ତମାନର ଚିନ୍ତାଜନକ ଦ୍ୱିପକ୍ଷୀୟ ଓ ଅନ୍ତର୍ଜାତୀୟ

ବିଷୟବସ୍ତୁ ଉପରେ ଚର୍ଚ୍ଚା ହୋଇଛି । ପ୍ରାଥମିକତା ଥିବା କ୍ଷେତ୍ରଗୁଡିକରେ ଅଗ୍ରଗତି ପାଇଁ

ନିରନ୍ତର ସହଯୋଗ ଆବଶ୍ୟକ ବୋଲି ଆମେ ସମ୍ମତ ହେଲୁ। ଆମେ ପରସ୍ପରର ସଂପର୍କରେ ରହିବା।ସେ

ଏକ ଅନ୍ୟ ଏକ୍ସ ପୋଷ୍ଟରେ ୟୁରୋପିୟ ସଂଘର ନେତାମାନଙ୍କ ସହ ଭେଟକୁ ନେଇ ଖୁସି ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande