ସେପ୍ଟେମ୍ବର 26-27 ଯାଏ ଦିଲ୍ଲୀରେ ଗ୍ଲୋବାଲ ଫୁଡ ରେଗୁଲେଟର୍ସ ସମିଟ, ଲୋଗୋ ଓ ପୁସ୍ତକ ଉନ୍ମୋଚନ କଲେ ନଡ୍ଡା
ନୂଆଦିଲ୍ଲୀ, 23 ସେପ୍ଟେମ୍ବର (ହି.ସ.) - ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ଆସନ୍ତା 26-27 ସେପ୍ଟେମ୍ବରରେ ଭାରତ ମଣ୍ଡପମ୍‌ରେ ଗ୍ଲୋବାଲ୍ ଫୁଡ୍ ରେଗୁଲେଟର୍ସ ସମ୍ମିଳନୀର ଆୟୋଜନ କରିବ। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି
ସେପ୍ଟେମ୍ବର 26-27 ଯାଏ ଦିଲ୍ଲୀରେ     ଗ୍ଲୋବାଲ ଫୁଡ ରେଗୁଲେଟର୍ସ ସମିଟ, ଲୋଗୋ ଓ ପୁସ୍ତକ ଉନ୍ମୋଚନ କଲେ ନଡ୍ଡା


ନୂଆଦିଲ୍ଲୀ, 23 ସେପ୍ଟେମ୍ବର (ହି.ସ.)

- ଭାରତୀୟ

ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ଆସନ୍ତା 26-27 ସେପ୍ଟେମ୍ବରରେ ଭାରତ ମଣ୍ଡପମ୍‌ରେ ଗ୍ଲୋବାଲ୍ ଫୁଡ୍

ରେଗୁଲେଟର୍ସ ସମ୍ମିଳନୀର ଆୟୋଜନ କରିବ। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ଜେପି ନଡ୍ଡା ମଙ୍ଗଳବାର ଦିନ ନିର୍ମାଣ ଭବନରେ ଏହି ସମ୍ମିଳନୀର ଲୋଗୋ ଓ ପୁସ୍ତିକା ଜାରି

କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଏଫଏସଏସଏଆଇ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅଧୀନରେ ଆୟୋଜନ କରୁଛି।

ଏହି ସମ୍ମିଳନୀ ୱାର୍ଲ୍ଡ ଫୁଡ୍ ଇଣ୍ଡିଆ 2025 ସହ ସମାନ୍ତର ଭାବରେ ଆୟୋଜିତ ହେବ।

ଏହି ଅବସରରେ ଜେପି ନଡ୍ଡା

କହିଛନ୍ତି ଯେ, ଏଥିବର୍ଷ

ଜିଏଫଆରଏସ୍ ର ଥିମ୍ ହେଉଛି ବଦଳୁଥିବା ଖାଦ୍ୟ ଆଚରଣ – ଯଥା ଅନ୍ନ, ତଥା ମନ, ଯାହା ଭୋଜନର ଗୁଣବତ୍ତା ଓ ମନ ଓ ସମାଜର ସ୍ୱାସ୍ଥ୍ୟ ମଧ୍ୟରେ ଗଭୀର

ସମ୍ପର୍କକୁ ବ୍ୟକ୍ତ କରେ।

ସେ କହିଛନ୍ତି ଯେ, ଖାଦ୍ୟ

କେବଳ ପୋଷଣ ନୁହେଁ, ଏହା ଶାରୀରିକ ସ୍ୱାସ୍ଥ୍ୟ, ମାନସିକ ସନ୍ତୁଳନ, ଭାବନାତ୍ମକ ଦୃଢତା ଓ ସାମାଜିକ ସହଯୋଗର ମଧ୍ୟ ଆଧାର ଅଟେ।

ଏଫଏସଏସଏଆଇ ଓ

ମନ୍ତ୍ରଣାଳୟର ଭୂମିକାର ପ୍ରଶଂସା କରି ନଡ୍ଡା କହିଛନ୍ତି ଯେ, ଖାଦ୍ୟ ସୁରକ୍ଷା ମାନକଗୁଡିକୁ ଏକ ବହୁମୁଖି ଦୃଷ୍ଟିକୋଣରୁ ଲଗାତର ଭାବରେ

ସୁଧାର କରିବା ଆବଶ୍ୟକ। ସେ କହିଛନ୍ତି ଯେ, ବଦଳୁଥିବା ଖାଦ୍ୟ ଆଚରଣ ଓ

ବଜାରର ଅନୁକୂଳତା ଅନୁସାରେ ମାନକ, ନିୟମ ଓ ବିନିୟମଗୁଡ଼ିକୁ ସମୟ

ସମୟରେ ଅପଡେଟ କରିବା ଦରକାର। ଫୁଡ୍ ରେଗୁଲେଟର୍‌ମାନେ ସଚେତନ ଓ ସକ୍ରିୟ ରହିବାକୁ ପଡ଼ିବ। ଏହି

ମଞ୍ଚଟି ବିଶ୍ୱ ନିୟମକମାନଙ୍କୁ ମତ ବିନିମୟ କରିବା, ମାନକର ସମନ୍ୱୟ,

ମୂଲ୍ୟାଙ୍କନ କ୍ଷମତାକୁ ଶକ୍ତିଶାଳୀ କରିବା ଓ ଖାଦ୍ୟ ସୁରକ୍ଷା ମାଧ୍ୟମରେ

ପ୍ରଯୁକ୍ତି ଉନ୍ନତି ବିଷୟରେ ଆଲୋଚନା କରିବା ପାଇଁ ଏକ ଅବସର ପ୍ରଦାନ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande