ନୂଆଦିଲ୍ଲୀ, 23 ସେପ୍ଟେମ୍ବର (ହି.ସ.)
- କଂଗ୍ରେସ
ସାଂସଦ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଉପରେ
ଭାରତର ଯୁବପିଢ଼ୀଙ୍କ ଭବିଷ୍ୟତ ସହ ଖେଳ କରିବାର ଅଭିଯୋଗ ଆଣି ବେକାରୀକୁ ଦେଶର ସବୁଠାରୁ ବଡ଼
ସଂକଟ ବୋଲି ଘୋଷଣା କରିଛନ୍ତି।
ରାହୁଲ ଗାନ୍ଧୀ ତାଙ୍କର
ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଭାରତରେ ଯୁବମାନେ ସାମ୍ନା କରୁଥିବା ସବୁଠାରୁ ବଡ଼ ସମସ୍ୟା ହେଉଛି ବେକାରୀ ଓ ଏହାର
ସିଧାସଳଖ ସମ୍ପର୍କ ଭୋଟ ଚୋରି ସହ ରହିଛି । ଯେତେବେଳେ ଗୋଟିଏ ସରକାର ଜନତାଙ୍କର ଭରସା ଜିତି କ୍ଷମତାକୁ
ଆସେ,
ସେହି ସରକାରର ପ୍ରଥମ କର୍ତ୍ତବ୍ୟ ହେଉଛି ଯୁବମାନଙ୍କ ପାଇଁ ଚାକିରି ଓ
ସୁଯୋଗ ନିଶ୍ଚିତ କରିବା।
ସେ ଦାବି କରିଛନ୍ତି ଯେ
ଏହି ଦୃଷ୍ଟିକୋଣର ଅଭାବ ହେତୁ, ଦେଶରେ ବେକାରୀ 45 ବର୍ଷରେ ସବୁଠାରୁ ଉଚ୍ଚ ସ୍ତରରେ ପହଞ୍ଚିଛି।
ସେ ଅଭିଯୋଗ ଆଣି କହିଛନ୍ତି
ଯେ ଚାକିରି ସୁଯୋଗ କମୁଛି, ନିଯୁକ୍ତି ପ୍ରକ୍ରିୟାଗୁଡ଼ିକ ବିଗଡ଼ିଯାଇଛି ଓ ଯୁବମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦିଆଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା