ନୂଆଦିଲ୍ଲୀ, 23 ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦିଙ୍କର ଜନ୍ମଦିନ (17 ସେପ୍ଟେମ୍ବର) ଠାରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ପଖୱାଡ଼ା ଅନ୍ତର୍ଗତ
ସାରା ଦେଶରେ ସ୍ୱଚ୍ଛତା ଅଭିଯାନ ଚାଲିଛି। ଆଜି ପୂର୍ବ ଦିଲ୍ଲୀର ଲୁହା ପୋଲ ଅଞ୍ଚଳରେ ଆୟୋଜିତ
ସ୍ୱଚ୍ଛତା ଅଭିଯାନରେ କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ହର୍ଷ ମଲହୋତ୍ରା
ଅଂଶଗ୍ରହଣ କରିଥିଲେ।
ମଲହୋତ୍ରା ଏହି ଅଭିଯାନର
ଏକ ଭିଡିଓ ଏକ୍ସରେ ଶେୟାର କରିଛନ୍ତି, ଯେଉଁଠାରେ ସେ କାର୍ଯ୍ୟକର୍ତ୍ତାମାନଙ୍କ ସହ ଏହି ଅଞ୍ଚଳର ସଫେଈ
କରୁଥିବା ଦେଖାଯାଉଛନ୍ତି। ଏହି ସମୟରେ ସେ ନାଳର ସଫେଇ ପାଇଁ ଫାଉଡ଼ା ଚଳାଇଥିଲେ, ସଡ଼କ ପାଖରେ ଝାଡ଼ୁ ଲଗାଇଥିଲେ ଓ ଆବର୍ଜନାକୁ ସଫେଈ ଗାଡ଼ିରେ
ପକେଇଥିଲେ। ତାଙ୍କ ସହିତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଏହି ଅଭିଯାନରେ
ଅଂଶଗ୍ରହଣ କରିଥିଲେ।
ମଲହୋତ୍ରା ତାଙ୍କ ଏକ୍ସପୋଷ୍ଟରେ ଲେଖିଛନ୍ତି ଯେ, ପୂର୍ବ ଦିଲ୍ଲୀର ଲୁହା ପୋଲରେ—ଏକ ସାଥି, ଏକ ଦିନ, ଏକ ଘଣ୍ଟା। ସ୍ୱଚ୍ଛୋତ୍ସବରେ ଆସନ୍ତୁ ଯୋଡି ହେବା—ଯେଉଁଠାରେ ଉତ୍ସବର ଉତ୍ସାହ ମିଳେ ସ୍ୱଚ୍ଛତାର ସଂକଳ୍ପ ସହ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଚାଲୁଥିବା 'ସ୍ୱଚ୍ଛତା ହି ସେବା 2025' ଅଭିଯାନ ଅନ୍ତର୍ଗତ ଆମେ ସମସ୍ତେ ଏକତ୍ରିତ ହୋଇ ଆମ ପରିବେଶକୁ ସ୍ୱଚ୍ଛ
କରିବା। ଏହା କେବଳ ସଫେଇ ନୁହେଁ, ଏହା ହେଉଛି ରାଷ୍ଟ୍ର ସେବା। ଆସନ୍ତୁ, ଭାରତକୁ ସ୍ୱଚ୍ଛତାରେ ପ୍ରଥମ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା