ପାର୍ଶ୍ୱ ଗାୟକ ଜୁବିନ ଗର୍ଗଙ୍କ ପୁଣି ଥରେ ପୋଷ୍ଟମର୍ଟମ, ଆଜି ରାଜକୀୟ ସମ୍ମାନ ସହ ହେବ ଅନ୍ତିମ ସଂସ୍କାର
ଗ୍ୱୌହାଟୀ, 23 ସେପ୍ଟେମ୍ବର (ହି.ସ.)- ଆସାମର ପ୍ରସିଦ୍ଧ ଗାୟକ, ଅଭିନେତା ଓ କୋଟି କୋଟି ହୃଦୟରେ ରାଜ କରୁଥିବା ଜୁବିନ ଗର୍ଗଙ୍କ ପୋଷ୍ଟମର୍ଟମ୍ ମଙ୍ଗଳବାର ସକାଳରେ ଗ୍ୱୌହାଟି ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ କରାଯାଇଛି । ଆଜି ତାଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ
ପାର୍ଶ୍ୱ ଗାୟକ ଜୁବିନ     ଗର୍ଗଙ୍କ ପୁଣି ଥରେ ପୋଷ୍ଟମର୍ଟମ, ଆଜି ରାଜକୀୟ ସମ୍ମାନ ସହ ହେବ ଅନ୍ତିମ ସଂସ୍କାର


ଗ୍ୱୌହାଟୀ, 23 ସେପ୍ଟେମ୍ବର (ହି.ସ.)- ଆସାମର

ପ୍ରସିଦ୍ଧ ଗାୟକ, ଅଭିନେତା

ଓ କୋଟି କୋଟି ହୃଦୟରେ ରାଜ କରୁଥିବା ଜୁବିନ ଗର୍ଗଙ୍କ ପୋଷ୍ଟମର୍ଟମ୍ ମଙ୍ଗଳବାର ସକାଳରେ ଗ୍ୱୌହାଟି ମେଡିକାଲ୍ କଲେଜ୍ ଓ

ହସ୍ପିଟାଲରେ କରାଯାଇଛି । ଆଜି ତାଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହ କରାଯିବ। ରାଜ୍ୟ

ସରକାର ସଙ୍ଗୀତ ଜଗତର ଏହି ମହାନ ବ୍ୟକ୍ତିତ୍ୱଙ୍କୁ ଶେଷ ବିଦାୟ ଦେବା ପାଇଁ ପ୍ରସ୍ତୁତିରେ

ବ୍ୟସ୍ତ ଅଛନ୍ତି। ଏପଟେ ହସ୍ପିଟାଲ୍ ଓ ସରୁସଜାଇ ଷ୍ଟାଡିୟମ୍‌ରେ ଲୋକମାନଙ୍କ ଭିଡ଼ ଦେଖାଯାଇଛି।

ଜିଏମସିଏଚ, ପ୍ରାଗଜ୍ୟୋତିଷପୁର ମେଡିକାଲ୍ କଲେଜ୍ ଓ ଏମ୍ସର

ଚାରିଜଣ ବିଶେଷଜ୍ଞ ଡାକ୍ତରଙ୍କ ଏକ ବିଶେଷ ଟିମ୍ ନିରୀକ୍ଷଣ କରି ମୃତଦେହର ପରୀକ୍ଷା କରିଛନ୍ତି।

ରାଜ୍ୟ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଆସାମ ପୋଲିସର ଉଚ୍ଚ

ଅଧିକାରୀମାନେ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରତିନିଧିମାନେ ଏହି ପ୍ରକ୍ରିୟା ଉପରେ ନଜର ରଖିଥିଲେ।

ଏକ୍ସ-ରେ ସମେତ ସମସ୍ତ

ଚିକିତ୍ସା ପରୀକ୍ଷା ସମ୍ପୂର୍ଣ୍ଣ ହେବା ପରେ, ଗର୍ଗଙ୍କ ପାର୍ଥିବ ଶରୀରକୁ ବିଶେଷ ଭାବେ ବ୍ୟବସ୍ଥା କରାଯାଇଥିବା ଯାନ

ମାଧ୍ୟମରେ ସରୁସଜାଇ ଷ୍ଟାଡିୟମକୁ ପୁନଃ ନିଆଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande