ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ବନ୍ୟା ତାଣ୍ଡବ ରଚିଛି,ଦୁଇଟି ରାଜପଥ ବନ୍ଦ, ରେଳ ସେବା ବାଧାପ୍ରାପ୍ତ
ମୁମ୍ବାଇ 24ସେପ୍ଟେମ୍ବର (ହି.ସ.)- ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ମୁଷଳଧାର ବର୍ଷା ଏବଂ ଜଳଭଣ୍ଡାରରୁ ପାଣି ନଦୀରେ ଛାଡିବା ଯୋଗୁଁ ବନ୍ୟା ତାଣ୍ଡବ ବୁଧବାର ମଧ୍ୟ ଜାରି ରହିଛି।ସୋଲାପୁର ଜିଲ୍ଲାରେସିନା ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଦୁଇଟି ରାଜପଥ ବନ୍ଦ କରାଯାଇଛିଏବଂ ରେଳ ସେବା ତଥା ଏସଟି ପରିବହନ
ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ବନ୍ୟା ତାଣ୍ଡବ ରଚିଛି,ଦୁଇଟି ରାଜପଥ ବନ୍ଦ, ରେଳ ସେବା ବାଧାପ୍ରାପ୍ତ


ମୁମ୍ବାଇ 24ସେପ୍ଟେମ୍ବର (ହି.ସ.)- ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ମୁଷଳଧାର ବର୍ଷା ଏବଂ ଜଳଭଣ୍ଡାରରୁ ପାଣି ନଦୀରେ ଛାଡିବା ଯୋଗୁଁ ବନ୍ୟା ତାଣ୍ଡବ ବୁଧବାର ମଧ୍ୟ ଜାରି ରହିଛି।ସୋଲାପୁର ଜିଲ୍ଲାରେସିନା ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଦୁଇଟି ରାଜପଥ ବନ୍ଦ କରାଯାଇଛିଏବଂ ରେଳ ସେବା ତଥା ଏସଟି ପରିବହନ ବସ୍ ସେବା ମଧ୍ୟ ପ୍ରଭାବିତ ହୋଇଛି।ସୋଲାପୁର, ବୀଡ, ଧାରାଶିବ ଏବଂ ସମ୍ଭାଜିନଗର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ସହିତ ଏନଡିଆରଏଫ ଦଳରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସତର୍କ ରହିବାକୁ ଏବଂ ନାଗରିକମାନଙ୍କୁ କେବଳ ଜରୁରୀ ସମୟରେ ଘରୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଜାରି କରିଛି।ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ୍ ବନ୍ୟା ପ୍ରଭାବିତ ଜିଲ୍ଲା ସୋଲାପୁର ପରିଦର୍ଶନ କରିବା ପାଇଁ ମାଢା ତହସିଲରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ନିମଗାଓଁ, ଦାରଫଲ, ସୁଲତାନପୁର, କାୱାଅ, କେୱଲ ଆଦି ଗ୍ରାମକୁ ଯାଇ ପ୍ରଭାବିତ ଚାଷୀଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର, କୃଷି ମନ୍ତ୍ରୀ ଦତ୍ତାତ୍ରେୟ ଭରଣେ, ପଙ୍କଜା ମୁଣ୍ଡେ ମଧ୍ୟ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଗସ୍ତ କରୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande