ନୂଆଦିଲ୍ଲୀ,24 ସେପ୍ଟେମ୍ବର (ହି.ସ)- ଘରୋଇ ସୁନା ବଜାରରେ ଲଗାତାର ନୂତନ ରେକର୍ଡ ଜାରି ରହିଛି।
ସୁନା ଏବଂ ରୂପା ଉଭୟ ଚମକଦାର ଧାତୁର ମୂଲ୍ୟ ଆଜି
ଲଗାତାର ତୃତୀୟ ଦିନ ପାଇଁ ନୂତନ ରେକର୍ଡ ସ୍ତରରେ ପହଞ୍ଚିଛି। ଆଜିର କାରବାରରେ
ସୁନା ମୂଲ୍ୟରେ 2,400 ଟଙ୍କାରୁ ନେଇ
2620 ଟଙ୍କା ପ୍ରତି 10 ଗ୍ରାମ ପର୍ଯ୍ୟନ୍ତ ରେକର୍ଡ ବୃଦ୍ଧି ପାଇଛି। ସେହିପରି ଚାନ୍ଦି ମୁଲ୍ୟରେ
ଆଜି 2000 ଟଙ୍କା ପ୍ରତି କିଲୋଗ୍ରାମ ବୃଦ୍ଧି
ପାଇଛି।ଦେଶର ଅଧିକାଂଶ ସୁନା ବଜାରରେ 24 କ୍ୟାରେଟ୍ ସୁନା ଆଜି 1,15,700ଟଙ୍କାରୁ ନେଇ 1,15,850 ଟଙ୍କା ପ୍ରତି 10 ଗ୍ରାମ ସ୍ତରରେ
କାରବାର ହେଉଛି। ସେହିପରି 22
କ୍ୟାରେଟ୍ ସୁନା
ଆଜି 1,06,000 ଟଙ୍କାରୁ ନେଇ 1,06,210 ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ ବିକ୍ରି ହେଉଛି। ରୂପା ମୂଲ୍ୟରେ ଆଜି ବୃଦ୍ଧି ଯୋଗୁଁ ଚମକଦାର ଧାତୁ ଦିଲ୍ଲୀ ସୁନା ବଜାରରେ 1,40,100 ଟଙ୍କା ପ୍ରତି
କିଲୋଗ୍ରାମ ସ୍ତରରେ ବିକ୍ରି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା