ପାକିସ୍ତାନର ବୟାନ ମିଛ ଏବଂ ଆଧାରହୀନ - ଭାରତ
ଜେନେୱା, ୨୪ ସେପ୍ଟେମ୍ବର(ହି.ସ.) – ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ(ୟୁଏନ୍‌ଏଚ୍‌ଆର୍‌ସି)ରେ କାଶ୍ମୀରେ କଥିତ ଭାବେ ମାନବାଧିକାର ଉଲ୍ଲଂଘନ ପାକିସ୍ତାନର ଅଭିଯୋଗର କଡ଼ା ପ୍ରତିବାଦ କରି ଭାରତ ଏହାକୁ ମିଛ ଏବଂ ଆଧାରହୀନ କହିଛି। ପରିଷଦରେ ଭାରର ସ୍ଥାୟୀ ମିଶନର କାଉଂସଲର କ୍ଷୀତିଜ ତ୍ୟାଗୀ ବୁଧବାର ଦ
ପାକିସ୍ତାନର ବୟାନ ମିଛ ଏବଂ ଆଧାରହୀନ - ଭାରତ


ଜେନେୱା, ୨୪ ସେପ୍ଟେମ୍ବର(ହି.ସ.) – ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ(ୟୁଏନ୍‌ଏଚ୍‌ଆର୍‌ସି)ରେ କାଶ୍ମୀରେ କଥିତ ଭାବେ ମାନବାଧିକାର ଉଲ୍ଲଂଘନ ପାକିସ୍ତାନର ଅଭିଯୋଗର କଡ଼ା ପ୍ରତିବାଦ କରି ଭାରତ ଏହାକୁ ମିଛ ଏବଂ ଆଧାରହୀନ କହିଛି।

ପରିଷଦରେ ଭାରର ସ୍ଥାୟୀ ମିଶନର କାଉଂସଲର କ୍ଷୀତିଜ ତ୍ୟାଗୀ ବୁଧବାର ଦିନ କହିଛନ୍ତି ଯେ ଏହି ଦୃଷ୍ଟିକୋଣର ଭୁଲ୍ ପ୍ରତିନିଧିତ୍ୱ କରିଥିବା ଏକ ପ୍ରତିନିଧିମଣ୍ଡଳ ଏହି ମଂଚର ଦୂରୁପଯୋଗ କରି ଭାରତ ବିରୋଧରେ ଆଧାରହୀନ ଏବଂ ଉତେଜକ ବୟାନ ଦେଉଛି।

ସେ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଆମ ଅଂଚଳ ଉପରେ କବ୍‌ଜା କରିବା ଆଶା ରଖିଥିବା କାରଣରୁ ସେ ଭାରତୀୟ କ୍ଷେତ୍ର ଉପରେ ନିଜର ଅବୈଧ କବ୍‌ଜାକୁ ଛାଡ଼ି ଦିଅନ୍ତୁ ଏବଂ ସେନାର ପ୍ରଭାବରେ ଦବିଥିବା ରାଜନୀତିକୁ ମୁକ୍ତ କରିବା, ଜୀବନ ରକ୍ଷକ ପ୍ରଣାଳୀ ଉପରେ ଆଧାରିତ ଅର୍ଥବ୍ୟବସ୍ଥାକୁ ବଂଚାଇବା ଏବଂ ମାନବାଧିକାର ଉପରେ ନିଜର ରେକଡ଼ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ।

ସେ କହିଛନ୍ତି ଯେ ପାକିସ୍ତାନକୁ ଆତଙ୍କବାଦର ନିର୍ଯାତ, ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେବା ଏବଂ ନିଜ ଲୋକଙ୍କ ଉପରେ ବମ୍‌ବ୍ଲାଷ୍ଟ କରିବାରୁ ବଂଚିବା ଦରକାର। ତ୍ୟାଗି ନିକଟରେ ପାକିସ୍ତାନର ଖୈବର ପଖ୍‌ତୁନଖ୍ୱାରେ ପାକିସ୍ତାନୀ ସେନାର ବମ୍‌ବ୍ଲାଷ୍ଟ ବିଷୟରେ କହି ଅଭିଯୋଗ ଲଗାଇଛନ୍ତି ଯେ ପାକିସ୍ତାନ ନିଜ ଲୋକଙ୍କ ଉପରେ ବମ୍ ପକାଉଛି। ତେବେ ସେ କାଶ୍ମୀର ସମସ୍ୟାର ଅନ୍ତରାଷ୍ଟ୍ରୀୟକରଣ କରିବାକୁ ଚେଷ୍ଟା କରୁଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande