ତାଇପେ, ୨୪ ସେପ୍ଟେମ୍ବର(ହି.ସ.) – ତାଇୱାନରେ ବାତ୍ୟା ରାଗାସା ତାଣ୍ଡବ ରଚିଛି। ତୋଫାନରେ ଅଚାନକ ଆସିଥିବା ବନ୍ୟାରେ ଅତିକମ୍ରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ସଂଖ୍ୟାରେ ଲୋକ ନିଖୋଜ ଅଛନ୍ତି। ପ୍ରଭାବିତ ଅଂଚଳରେ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟ ଚାଲୁ ରହିଛି। ପ୍ରଧାନମନ୍ତ୍ରୀ ଚୋ ଜଙ୍ଗ ତାଇ ଏହି ବାବରେ ହୋଇଥିବା ମାନବକୃତ ଭୁଲ୍ର ଯାଂଚର ଆଦେଶ ଦେଇଛନ୍ତି।
ବାତ୍ୟା ରାଗାସା କାଣରୁ ହୱାଲିୟନ କାଉଂଟିର ଗୁଆଂଗଫୁ ସହରର ଏକ ବ୍ୟାରିୟର ଝରଣାରେ ଅଚାନକ ଆସିଥିବା ବନ୍ୟାରେ ଅତି କମ୍ରେ ୧୪ ଜଣଙ୍କ ମୃତ୍ୟୁର ଖବର ମିଳିଛି। ସ୍ଥାନୀୟ ଅଗ୍ନିଶମନ ଦଳର ଅଧିକାରୀମାନଙ୍କ ଅନୁଯାୟୀ ସୁନାମୀ ଅଚାନକ ଆସି ଏହି ବନ୍ୟାର କାରଣରୁ ଏକ ପୋଲ ବୋହିଯାଇଛି ଯେଉଁଥିରେ ଶହ ଶହ ଯାନ ଏହାର ମଧ୍ୟକୁ ଆସିଯାଇଛି। ବନ୍ୟାର କାରଣରେ ଗୁଣାଂଗୁଫୁ ଟାଉନସିପ୍ରେ ଶହ ଶହ ଘର ଜଳମଗ୍ନ ହୋଇଯାଇଛି।
ଅଧିକାରୀମାନଙ୍କ ମୁତାବକ ବନ୍ୟା କାରଣରୁ ଏବେ ପର୍ଯ୍ୟନ୍ତ ୧୮ ଜଣ ଆହତ ହୋଇଛନ୍ତି ଏବଂ ୧୨୪ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଅଂଚଳରେ ପ୍ରାୟ ୩୦୦ ଲୋକ ଫଶି ରହିଥିବା ଆଶଙ୍କା ରହିଛି। ଅଂଚଳରେ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟ ଚାଲୁରହିଛି। ଏହି ସମୟରେ ସମୁଚେ ଦ୍ୱୀପରୁ ଆଠହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଯାଇଛି। ସୋସିଆଲ ମିଡିୟାରେ ଜାରି ଭିଡିଓରେ ଲୋକ ଛାତ ଉପରେ ଉଦ୍ଧାର ଦଳଙ୍କ ଅପେକ୍ଷା କରିବାର ଦେଖାଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି