ଚେନ୍ନାଇ, 24 ସେପ୍ଟେମ୍ବର (ହି.ସ.)-
ଚେନ୍ନାଇର ରୋୟାପେଟ୍ଟା ଅଞ୍ଚଳରେ ଥିବା ଏଆଇଏଡିଏମକେ ମୁଖ୍ୟାଳୟକୁ
ବୋମାରେ ଉଡ଼ାଇବାକୁ ଧମକ ମିଳିଛି। ଏହି ଧମକ
ପୋଲିସ କଣ୍ଟ୍ରୋଲ୍ ରୁମକୁ ପଠାଯାଇଥିବା ଏକ ଇମେଲ୍ ମାଧ୍ୟମରେ ମିଳିଛି। ଏହି ଘଟଣା ପରେ, ପୋଲିସ
ଏକ ସନ୍ଧାନୀ କୁକୁର ସହଯୋଗରେ ଏଆଇଏଡିଏମକେମୁଖ୍ୟାଳୟର
ସମ୍ପୂର୍ଣ୍ଣ ତଲାସି କରିଛି। ତଲାସି ସମୟରେ କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା ସାମଗ୍ରୀ
ମିଳିନାହିଁ। ପୋଲିସ ବର୍ତ୍ତମାନ ଏହି ଧମକ ଦେଇଥିବା ବ୍ୟକ୍ତି କିମ୍ବା ଅପରାଧୀ ବିଷୟରେ ତଦନ୍ତ
ଜାରି ରଖିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା