ସ୍ୱଦେଶୀ ବସ୍ତୁ କିଣିଲେ ଭାରତକୁ ବିଶ୍ୱର ତୃତୀୟ ସବୁଠୁ ବଡ ଅର୍ଥବ୍ୟବସ୍ଥା ହେବାରେ କେହି ରୋକିପାରିବେ ନାହିଁ- ଅମିତ ଶାହ
ଗାନ୍ଧିନଗର, 24 ସେପ୍ଟେମ୍ବର (ହି.ସ.)- କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ଯେ, ସେମାନେ ଘରକୁ କୌଣସି ବିଦେଶୀ ବସ୍ତୁ କିଣି ନ ନିଅନ୍ତୁ। ସେ କହିଛନ୍ତି ଯେ, ଦେଶବାସୀ ଯଦି କେବଳ ସ୍ୱଦେଶୀ ବସ୍ତୁ କିଣିବା ଆରମ୍ଭ କରନ୍ତି,
ସ୍ୱଦେଶୀ ବସ୍ତୁ କିଣିଲେ     ଭାରତକୁ ବିଶ୍ୱର ତୃତୀୟ ସବୁଠୁ ବଡ ଅର୍ଥବ୍ୟବସ୍ଥା ହେବାରେ କେହି ରୋକିପାରିବେ ନାହିଁ- ଅମିତ     ଶାହ


ଗାନ୍ଧିନଗର, 24 ସେପ୍ଟେମ୍ବର (ହି.ସ.)- କେନ୍ଦ୍ରୀୟ

ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ଯେ, ସେମାନେ ଘରକୁ କୌଣସି ବିଦେଶୀ ବସ୍ତୁ କିଣି ନ ନିଅନ୍ତୁ। ସେ

କହିଛନ୍ତି ଯେ, ଦେଶବାସୀ

ଯଦି କେବଳ ସ୍ୱଦେଶୀ ବସ୍ତୁ କିଣିବା ଆରମ୍ଭ କରନ୍ତି, ତେବେ ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥନୀତି ହେବାରୁ କେହି

ରୋକିପାରିବେ ନାହିଁ। ଶାହ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସ୍‌ଟି ରେ ଖାଦ୍ୟ ପଦାର୍ଥ ଉପରୁ

କର ହଟାଇଦେଇଛନ୍ତି, ଏବଂ କୃଷକଙ୍କ ପାଇଁ ଉପଲବ୍ଧ ସମସ୍ତ ବସ୍ତୁରେ କର ଅଧା କରିଦେଇଛନ୍ତି। ମଙ୍ଗଳବାର ରାତିରେ

ଗୁଜରାଟର ଗାନ୍ଧୀନଗର ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ସେ ଏହି ଉଦ୍‌ବୋଧନ ଦେଇଥିଲେ।

ଏହାପୂର୍ବରୁ ଅମିତ ଶାହ

ଗାନ୍ଧୀନଗର ଜିଲ୍ଲାର କଳୋଲ ସ୍ଥିତ ଭାରତମାତା ଟାଉନହଲରେ 144 କୋଟି ଟଙ୍କାର ବିକାଶ ଯୋଜନାର ଉଦ୍‌ଘାଟନ

ଓ ଶିଳାନ୍ୟାସ କରିଥିଲେ। ସେ ସ୍ଥାନୀୟ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ମୁଁ

ଏକ ସାଂସଦ ଭାବେ କଲୋକକୁ ସେତିକି ସମୟ ଦେଇପାରିନାହିଁ। କିନ୍ତୁ ମୁଁ ନିଶ୍ଚିତ କହିପାରିବି ଯେ, ମୋର ୧୦ ବର୍ଷ ପୂର୍ଣ୍ଣ ହେଲେ, ଆପଣମାନେ ମୋ ପାଇଁ ହିସାବ ମାଗିବାର ପୂର୍ଣ୍ଣ ଅଧିକାର ରଖନ୍ତି। ଏହି

୧୦ ବର୍ଷରେ ଦେଶର ସମସ୍ତ ସାଂସଦୀୟ ଅଞ୍ଚଳ ମଧ୍ୟରୁ ସବୁଠାରୁ ଅଧିକ ବିକାଶ କାମ ଯଦି କେଉଁଠି

ହୋଇଛି,

ତାହା ଆମର ଗାନ୍ଧୀନଗରରେ ହୋଇଛି। ଏହି ଦାୟିତ୍ୱ ମୋ ଓ ମୋ ଦଳର

ସାଥୀମାନଙ୍କର ଅଟେ।

ଦୀପାବଳିକୁ ହର୍ଷ ଓ

ଉଲ୍ଲାସରେ ପାଳନ କରିବା ପାଇଁ ସେ ଆହ୍ୱାନ ଜଣାଇଥିଲେ ଓ ପୁନର୍ବାର ସ୍ୱଦେଶୀ ଅପଣାଇ ଦେଶର

ଅର୍ଥନୀତିକୁ ଶକ୍ତିଶାଳୀ କରିବାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande