ଝାରଖଣ୍ଡରେ 5ଲକ୍ଷର ଇନାମୀ ଜେଜେଏମପିର ତିନି ଉଗ୍ରବାଦୀ ଏନକାଉଣ୍ଟରରେ ନିହତ
ଗୁମଲା, 24 ସେପ୍ଟେମ୍ବର (ହି.ସ.)- ଝାରଖଣ୍ଡର ଗୁମଲା ଜିଲ୍ଲାର ପୋଲିସ ଝାରଖଣ୍ଡ ଜନ ମୁକ୍ତି ପରିଷଦର ତିନି ଜଣ ଉଗ୍ରବାଦୀକୁ ଏନକାଉଣ୍ଟରରେ ମାରିଥିବାର ସୂଚନା ମିଳିଛି। ଏହି ଏନକାଉଣ୍ଟର ବୁଧବାର ସକାଳେ ବିଶନପୁର ଥାନା ଅଞ୍ଚଳର କେଚକି ଜଙ୍ଗଲରେ ଘଟିଥିଲା। ମୃତ ଉଗ୍ରବାଦୀମ
ଝାରଖଣ୍ଡରେ 5ଲକ୍ଷର ଇନାମୀ     ଜେଜେଏମପିର ତିନି ଉଗ୍ରବାଦୀ ଏନକାଉଣ୍ଟରରେ ନିହତ


ଗୁମଲା, 24 ସେପ୍ଟେମ୍ବର (ହି.ସ.)- ଝାରଖଣ୍ଡର ଗୁମଲା

ଜିଲ୍ଲାର ପୋଲିସ ଝାରଖଣ୍ଡ ଜନ ମୁକ୍ତି ପରିଷଦର ତିନି ଜଣ ଉଗ୍ରବାଦୀକୁ ଏନକାଉଣ୍ଟରରେ ମାରିଥିବାର

ସୂଚନା ମିଳିଛି। ଏହି ଏନକାଉଣ୍ଟର ବୁଧବାର ସକାଳେ ବିଶନପୁର ଥାନା ଅଞ୍ଚଳର କେଚକି ଜଙ୍ଗଲରେ

ଘଟିଥିଲା।

ମୃତ ଉଗ୍ରବାଦୀମାନେ ହେଲେ ଲୋହରଦଗା

ଜିଲ୍ଲାର ସେନହା ଅଞ୍ଚଳର ଲାଲୁ ଲୋହରା, ସୁଜିତ ଉରାଁଓ, ଏବଂ ଲାତେହାର ଜିଲ୍ଲାର ହୋଶିର ଅଞ୍ଚଳର ଛୋଟୁ ଉରାଁଓ। ସବ୍-ଜୋନାଲ୍

କମାଣ୍ଡର ଲାଲୁ ଲୋହରା ଓ ଦ୍ୱିତୀୟ ସବ୍ କମାଣ୍ଡର ଛୋଟୁ ଉରାଁଓ ଉପରେ ପାଞ୍ଚ-ପାଞ୍ଚ ଲକ୍ଷ

ଟଙ୍କାର ଇନାମ ଘୋଷଣା କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande