ନୂଆଦିଲ୍ଲୀ, 24 ସେପ୍ଟେମ୍ବର (ହି.ସ.)- ଦକ୍ଷିଣ
ପଶ୍ଚିମ ଜିଲ୍ଲାର ବସନ୍ତ କୁଞ୍ଜ ଉତ୍ତର ଥାନା କ୍ଷେତ୍ରରେ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ତଥା ଡ଼ା.
ପାର୍ଥ ସାରଥୀଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆସିଛି। ଶ୍ରୀ ଶୃଙ୍ଗେରୀ ମଠ ଓ ଏହାର ସମ୍ପତ୍ତିର
ପ୍ରଶାସକ ପିଏ. ମୁରଳୀଙ୍କ
ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ଦାଖଲ କରିଛି। ଏହି ମାମଲା ରେଜିଷ୍ଟର୍ ହେବା ପରେ, ସ୍ୱାମୀ ଫେରାର ହୋଇଯାଇଛନ୍ତି। ଅଭିଯୋଗ ଅନୁସାରେ, ସ୍ୱାମୀ ଶ୍ରୀ ଶାରଦା ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଇଣ୍ଡିଆନ୍
ମ୍ୟାନେଜମେଣ୍ଟରେ ଇଡବ୍ଲୁଏସସ୍କଲାରସିପରେ ପଢ଼ୁଥିବା ଛାତ୍ରୀମାନଙ୍କ ସହ ଯୌନ ଉତ୍ପୀଡ଼ନ ଓ ଅସଭ୍ୟ
ବ୍ୟବହାର କରିଥିଲେ।
ପୋଲିସ ତଦନ୍ତରେ ୩୨ ଜଣ
ଛାତ୍ରୀଙ୍କ ବୟାନ ରେକର୍ଡ ହୋଇଛି । ଏଥିରୁ ୧୭ ଜଣ କହିଛନ୍ତି ଯେ ସ୍ୱାମୀ ସେମାନଙ୍କୁ
ଅପମାନଜନକ ବ୍ୟବହାର କରୁଥିଲେ, ହ୍ୱାଟସଆପଓ ଏସଏମଏସ ମାଧ୍ୟମରେ ଅଶ୍ଳୀଳ ବାର୍ତ୍ତା ପଠାଉଥିଲେ ଏବଂ ଜବରଦସ୍ତି ଶାରୀରିକ ସମ୍ପର୍କ
ସ୍ଥାପନ କରିବାକୁ ଚେଷ୍ଟା କରୁଥିଲେ।
ପୀଡିତା ଛାତ୍ରୀମାନଙ୍କ
ଅଭିଯୋଗ ଅନୁଯାୟୀ, ସଂସ୍ଥାନର
କିଛି ମହିଳା ଶିକ୍ଷିକା ଓ ପ୍ରଶାସନିକ କର୍ମଚାରୀ ମାନେ ସେମାନେ ଉପରେ ଚାପ ସୃଷ୍ଟି କରି ସ୍ୱାମୀଙ୍କ
ଆଜ୍ଞା ମାନିବାକୁ ବାଧ୍ୟ କରୁଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା