ପିଏମ ମୋଦି ରାଜସ୍ଥାନକୁ ଦେବେ 1.08 ଲକ୍ଷ କୋଟି ଟଙ୍କାର ଭେଟି, ବାଂଶୱାଡାରୁ ଗୁରୁବାର କରିବେ ଶୁଭାରମ୍ଭ
ବାଂଶୱାଡା, 24 ସେପ୍ଟେମ୍ବର (ହି.ସ.)- ଶକ୍ତି ଓ ସାଧନାର ପ୍ରତୀକ ଶାରଦୀୟ ନବରାତ୍ରିର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୃହତ୍ ଜନଜାତି ଅଞ୍ଚଳ ବାଂସୱାଡ଼ା ଜିଲ୍ଲାରୁ ଗୁରୁବାର ଦିନ ସମ୍ପୂର୍ଣ୍ଣ ରାଜ୍ୟ ପାଇଁ ଏକ ନୂତନ ବିକାଶ ଯୁଗର ସୂତ୍ରପାତ କରିବେ। ପଣ୍
ପିଏମ ମୋଦି ରାଜସ୍ଥାନକୁ     ଦେବେ 1.08 ଲକ୍ଷ କୋଟି ଟଙ୍କାର ଭେଟି, ବାଂଶୱାଡାରୁ ଗୁରୁବାର କରିବେ ଶୁଭାରମ୍ଭ


ବାଂଶୱାଡା, 24 ସେପ୍ଟେମ୍ବର (ହି.ସ.)- ଶକ୍ତି ଓ

ସାଧନାର ପ୍ରତୀକ ଶାରଦୀୟ ନବରାତ୍ରିର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୃହତ୍

ଜନଜାତି ଅଞ୍ଚଳ ବାଂସୱାଡ଼ା ଜିଲ୍ଲାରୁ ଗୁରୁବାର ଦିନ ସମ୍ପୂର୍ଣ୍ଣ ରାଜ୍ୟ ପାଇଁ ଏକ ନୂତନ ବିକାଶ

ଯୁଗର ସୂତ୍ରପାତ କରିବେ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀରେ ନାପଲା ଗ୍ରାମରେ

ପ୍ରଧାନମନ୍ତ୍ରୀ ମୋଦି 1,22,441 କୋଟି ଟଙ୍କାର ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ

କରିବେ।

ଏହି ପ୍ରକଳ୍ପମାନଙ୍କ

ମଧ୍ୟରୁ 1,08,468 କୋଟି ଟଙ୍କାର

ପ୍ରକଳ୍ପ ସିଧାସଳଖ ଭାବେ ରାଜସ୍ଥାନ ସହ ସଂପୃକ୍ତ। ଏହି ଐତିହାସିକ କାର୍ଯ୍ୟକ୍ରମରେ ଯେଉଁ

ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଲୋକାର୍ପଣ ହେବ, ସେଗୁଡ଼ିକ

ମଧ୍ୟରେ ଉର୍ଜା,

ଜଳ ସମ୍ପଦ, ସଡ଼କ, ସ୍ୱାସ୍ଥ୍ୟ ଓ ଚାକିରି ସହିତ ସଂପୃକ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ

ସାମିଲ ରହିଛି ।

ବାଂଶୱାଡ଼ାର ନାପଲା ଓ ଛୋଟି

ସରୱନରେ ଦ୍ୱିପ୍ରହର ୧୨ଟାରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି 42,000 କୋଟି

ଟଙ୍କା ବ୍ୟୟରେ ତିଆରି ହେଉଥିବା 2,800 ମେଗାୱାଟ ମାହି-ବାଂସୱାଡ଼ା ପରମାଣୁ ଶକ୍ତି ପ୍ରକଳ୍ପର

ଆଧାରଶିଳା ରଖିବେ । ଏହାପରେ ବିକାନେରରେ 8,500 କୋଟି ଟଙ୍କା ବ୍ୟୟରେ 590 ମେଗାୱାଟ ରିନ୍ୟୁଅେବଲ୍

ଏନର୍ଜି ପ୍ରକଳ୍ପର ଶିଳାନ୍ୟାସ ହେବ। ଏହାସହିତ ଜୈସଲମେର, ବାଡମେର,

ସିରୋହି, ନାଗୌର ଓ ବୀକାନେରରେ

13,183 କୋଟି ଟଙ୍କା ଖର୍ଚ୍ଚରେ 15.5 ଗିଗାୱାଟ୍ କ୍ଷମତାର ବିଦ୍ୟୁତ ସଂଚାଳନ ଲାଇନର ଶିଳାନ୍ୟାସ

ହେବ। ଏବଂ 11,071 କୋଟି ଟଙ୍କା ବ୍ୟୟରେ 400 ମେଗାୱାଟ ସୌର ଶକ୍ତି ପ୍ରକଳ୍ପ ଓ 925 ମେଗାୱାଟ

ନୋଖ ସୋଲାର ପାର୍କ, ଫଲୋଦିର ଉଦ୍‌ଘାଟନ

କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande