ପଂଜାବର ଗୋଟିଏ ଓ ଜମ୍ମୁକଶ୍ମୀରର 4ଟି ରାଜ୍ୟସଭା ସିଟ୍ ପାଇଁ ଅକ୍ଟୋବର 24ରେ ହେବ ମତଦାନ
ନୂଆଦିଲ୍ଲୀ, 24 ସେପ୍ଟେମ୍ବର (ହି.ସ.)- ନିର୍ବାଚନ ଆୟୋଗ ପଞ୍ଜାବର ୧ଟି ଓ ଜମ୍ମୁ-କଶ୍ମୀରର ୪ଟି ରାଜ୍ୟସଭା ସିଟ ପାଇଁ ଯଥାକ୍ରମେ ଉପ-ନିର୍ବାଚନ ଓ ନିର୍ବାଚନ ଘୋଷଣା କରିଛନ୍ତି । ପଞ୍ଜାବରୁ ରାଜ୍ୟସଭା ସଦସ୍ୟ ସଂଜୀବ ଅରୋଡା ଅଗଷ୍ଟ ୧ରେ ଇସ୍ତଫା ଦେଇଥିବାରୁ ସେହି ସିଟ ଖାଲି ହୋଇଥିଲା
ପଂଜାବର ଗୋଟିଏ ଓ     ଜମ୍ମୁକଶ୍ମୀରର 4ଟି ରାଜ୍ୟସଭା ସିଟ୍ ପାଇଁ ଅକ୍ଟୋବର 24ରେ ହେବ ମତଦାନ


ନୂଆଦିଲ୍ଲୀ, 24 ସେପ୍ଟେମ୍ବର (ହି.ସ.)- ନିର୍ବାଚନ

ଆୟୋଗ ପଞ୍ଜାବର ୧ଟି ଓ ଜମ୍ମୁ-କଶ୍ମୀରର ୪ଟି ରାଜ୍ୟସଭା ସିଟ ପାଇଁ ଯଥାକ୍ରମେ ଉପ-ନିର୍ବାଚନ ଓ ନିର୍ବାଚନ ଘୋଷଣା କରିଛନ୍ତି । ପଞ୍ଜାବରୁ

ରାଜ୍ୟସଭା ସଦସ୍ୟ ସଂଜୀବ ଅରୋଡା ଅଗଷ୍ଟ ୧ରେ ଇସ୍ତଫା ଦେଇଥିବାରୁ ସେହି ସିଟ ଖାଲି ହୋଇଥିଲା।

ଏହି ସିଟ ପାଇଁ ଅକ୍ଟୋବର ୬ରେ ଅଧିସୂଚନା ଜାରି କରାଯିବ। ୨୪ ଅକ୍ଟୋବର ଦିନ ମତଦାନ ହେବ ଓ ସେହି

ଦିନେ ଫଳାଫଳ ଘୋଷଣା ହେବ।

ଅନ୍ୟପଟେ, ଜମ୍ମୁ-କଶ୍ମୀରର ୪ଟି ରାଜ୍ୟସଭା ସିଟ ପାଇଁ ନିର୍ବାଚନ ହେବ। ଏଥିରୁ

୨ଟି ସିଟ ଫେବୃଆରୀ ୧୦ ,୨୦୨୧ ଓ ଅନ୍ୟ ୨ଟି ସିଟ୍ ୧୫ ଫେବୃଆରୀ ୨୦୨୧ ରେ ସଦସ୍ୟଙ୍କର

କାର୍ଯ୍ୟାଳୟ ସମାପ୍ତ ହେବା ପରେ ଖାଲି ହୋଇଥିଲା। ତେବେ, ଜମ୍ମୁ-କଶ୍ମୀରରେ ବିଧାନସଭା ନ ଥିବା କାରଣରୁ ଏହି ସିଟଗୁଡ଼ିକୁ ନେଇ ନିର୍ବାଚନ

ହୋଇପାରିନଥିଲା। ବର୍ତ୍ତମାନ ରାଜ୍ୟରେ ବିଧାନସଭା ଥିବାରୁ ଏହି ସିଟଗୁଡ଼ିକୁ ନେଇ ଭୋଟିଂ ପାଇଁ

ନିର୍ବାଚକ ମଣ୍ଡଳ ଉପଲବ୍ଧ ଅଛି।

ରାଜ୍ୟର ଚାରିଟି ସିଟ୍

ପାଇଁ ଅକ୍ଟୋବର ୬ରେ ଅଧିସୂଚନା ଜାରି କରାଯିବ। ୨୪ ଅକ୍ଟୋବରରେ ଭୋଟିଂ ହେବ ଏବଂ ସେହି ଦିନ ଫଳାଫଳ

ଘୋଷିତ ହେବ। ଏହି ଚାରିଟି ସିଟ ଭିନ୍ନ-ଭିନ୍ନ କାର୍ଯ୍ୟକାଳ ସହ ସଂପୃକ୍ତ, ତେଣୁ ଭୋଟିଂ ଗୋଟିଏ, ଗୋଟିଏ ଓ ଦୁଇଟି ସିଟ ପାଇଁ ଭିନ୍ନ ଭିନ୍ନ

ଭାବେ ହେବ।

ଅର୍ଥାତ୍, ନିର୍ବାଚକ ମଣ୍ଡଳ ତିନିଥର ଭୋଟିଂ କରି ଜଣେ ଜଣେ ଓ ଦୁଇଜଣ ସଦସ୍ୟଙ୍କୁ

ଚୟନ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande