ଗିରଫ ନକଲି ପୋଲିସ କୋର୍ଟଚାଲାଣ
ଭଦ୍ରକ, ୨୬ ସେପ୍ଟେମ୍ବର (ହି.ସ.)- ବିଭିନ୍ନ ରାଜ୍ୟରେ ପ୍ରବେଶ କରି ପୋଲିସର ପରିଚୟ ଦେଇ ରହୁଥିବା ଏକ ନକଲି ପୋଲିସକୁ ଗିରଫ କରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଚଂଳ ଥାନା ପୋଲିସ । ଗିରଫ ନକଲି ପୋଲିସ ଜଣକ ହେଲା ରାହୁଲ ସିଂ ରାଣାବତ । ତା’ ନିକଟରୁ ନକଲି ବନ୍ଧୁକ, ବିଭିନ୍ନ ରାଜ୍ୟର ପୋଲିସ ଡ୍ରେସ, ରେଲୱ
ଗିରଫ ନକଲି ପୋଲିସ କୋର୍ଟଚାଲାଣ


ଭଦ୍ରକ, ୨୬ ସେପ୍ଟେମ୍ବର (ହି.ସ.)- ବିଭିନ୍ନ ରାଜ୍ୟରେ ପ୍ରବେଶ କରି ପୋଲିସର ପରିଚୟ ଦେଇ ରହୁଥିବା ଏକ ନକଲି ପୋଲିସକୁ ଗିରଫ କରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଚଂଳ ଥାନା ପୋଲିସ । ଗିରଫ ନକଲି ପୋଲିସ ଜଣକ ହେଲା ରାହୁଲ ସିଂ ରାଣାବତ । ତା’ ନିକଟରୁ ନକଲି ବନ୍ଧୁକ, ବିଭିନ୍ନ ରାଜ୍ୟର ପୋଲିସ ଡ୍ରେସ, ରେଲୱେ ପୋଲିସର ଡ୍ରେସ ଏବଂ ଲୋଗୋ ସମେତ ପୋଲିସ ବାଡ଼ି, ବିଭିନ୍ନ ବ୍ୟାଙ୍କର ପାସବୁକ, ଏଟିଏମ୍ କାର୍ଡ, ଏକ କାର ସମେତ ୩୮ଟି ସାମଗ୍ରୀ ଜବତ ହୋଇଛି ।

ପୋଲିସ ସୂଚନା ମୁତାବକ, ଝାଡ଼ଖଣ୍ଡ ଅଂଚଳରେ ରାହୁଲ ସିଂ ରାଣାବତ ନାମକ ସମ୍ପୃକ୍ତ ଯୁବକ ଦୀର୍ଘ ଏକ ବର୍ଷ ହେବ ପଶ୍ଚିମବଙ୍ଗ, ଆସାମ, ଓଡିଶା ଓ ରେଲୱେ ପୋଲିସ ବୋଲି ବିଭିନ୍ନ ସ୍ଥାନରେ ନିଜର ପରିଚୟ ଦେଇ ଠକି ଆସୁଥିଲା । ଗତକାଲି ଗ୍ରାମାଚଂଳ ଥାନା ଅଧିନସ୍ଥ ନଳାଙ୍ଗ ଛକ ନିକଟରେ ହାର୍ଦ୍ଦିକ ନାମକ ହୋଟେଲରେ ପୋଲିସ ପରିଚୟ ଦେଇ ରହୁଥିବା ସମ୍ପୃକ୍ତ ନକଲି ପୋଲିସକୁ ଗ୍ରାମାଚଂଳ ପୋଲିସ ଗିରଫ କରିଥିଲା । ଏହି ନକଲି ପୋଲିସକୁ ଗିରଫ କରି କେଉଁ କେଉଁ ଠକାମୀ କରିଥିବା ନେଇ ତଦନ୍ତ କରିବା ସହ ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରିଛି ଗ୍ରାମାଚଂଳ ଥାନା ପୋଲିସ । ଏ ନେଇ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande