ଫୁଲବାଣୀରେ, ଆସ ସ୍କୁଲ ଯିବା, ଜିଲ୍ଲା ସ୍ତରୀୟ ପଦଯାତ୍ରା ଓ କାର୍ଯ୍ୟକ୍ରମ ଅନୁଷ୍ଠିତ
Asha Ame School Jiba program in Phulbani
ଫୁଲବାଣୀରେ, ଆସ ସ୍କୁଲ ଯିବା, ଜିଲ୍ଲା ସ୍ତରୀୟ ପଦଯାତ୍ରା ଓ କାର୍ଯ୍ୟକ୍ରମ ଅନୁଷ୍ଠିତ


କନ୍ଧମାଳ, ୨୬ ସେପ୍ଟେମ୍ବର(ହି.ସ.) – କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ସ୍ଥିତ ଏ ଜେ ଓ ଉଚ୍ଚ ବିଦ୍ୟାଳୟ ର ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସଭାପତିତ୍ୱରେ ‘ଆସ ସ୍କୁଲ ଯିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧାରୁ ପାଠ ଛାଡିଥିବା, ମୂଳରୁ ବିଦ୍ୟାଳୟରେ ନାମ ଲେଖାଇ ନଥିବା, ପାଠ ନପଢି ବାହାରେ ବୁଲୁଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଯୋଗଦେଇ ଥିଲାବେଳେ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, କନ୍ଧମାଳ ଜିଲ୍ଲାପାଳ, ବେଦ ଭୂଷଣ, ଜିଲ୍ଲା ଶିକ୍ଷା ଅଧିକାରୀ, ଏଡିଓ, ଶିକ୍ଷା ଜିଲ୍ଲା ସଂଯୋଜକ, ବିଇଓ, ଏବିଇଓ, ସିଆରସିସି ପ୍ରମୁଖ ଉପସ୍ଥିତ ଥିଲେ। ଏବଂ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପରିଚାଳନା କମିଟି ସଦସ୍ୟମାନେ ଯୋଗ ଦେଇଥିଲେ। ଅଗ୍ରଣୀ ସାମ୍ବାଦିକ ସଙ୍ଘ ଭଏସ ଅଫ ମିଡ଼ିଆ ର ସହଯୋଗରେ ଶିକ୍ଷା ବିଭାଗ ଜିଲ୍ଲାରୁ ଆଠ ହଜାରରୁ ଅଧିକ ଏବଂ ଫୁଲବାଣୀ ସହରରୁ ୮୪ ଜଣ ଡ୍ରପ ଆଉଟ ପିଲାଙ୍କୁ ଚିହ୍ନଟ କରି ସେମାନଙ୍କୁ ପୁଣିଥରେ ଶିକ୍ଷା ଆଡକୁ ମୁହଁଇବାକୁ ଚେଷ୍ଠା ଆରମ୍ଭ କରିଛି, ଏହି ଅନୁଷ୍ଠାନର ଲକ୍ଷ ଡ୍ରପ ଆଉଟ ମୁକ୍ତ କନ୍ଧମାଳ ଗଠନ। କୌଣସି ଛାତ୍ର ଛାତ୍ରୀ ଅଧାରୁ ପାଠ ପଢା ନଛାଡି ପାଠ ପଢିବେ। ଆଜି ମୁଖ୍ୟ ଅତିଥିଙ୍କ ଦ୍ୱାରା ଫୁଲବାଣୀ ପୌରାଂଚଳର ଆଠ ଜଣ ଓ ତୁଦୀପାଜୁର ଜଣେ ଡ୍ରପ ଆଉଟ ସ୍କୁଲ ରେ ପୁଣି ନାମଲେଖାଇ ଥିଲେ। ଏ ସଂକ୍ରାନ୍ତ ରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ପରିଚାଳନାରେ ଛାତ୍ରଛାତ୍ରୀ ହାତରେ ବିଭିନ୍ନ ଶିକ୍ଷା ସଚେତନଧର୍ମୀ ପ୍ଲାକାର୍ଡ ଧରି ବିଭିନ୍ନ ନାରା ଦେଇ ଏଜେଓ ଉଚ୍ଚ ବିଦ୍ୟାଳୟରୁ ଏକ ପଦଯାତ୍ରା ବାହାରି ଡ୍ରପ ଆଉଟ ମୁକ୍ତ କନ୍ଧମାଳର ଲକ୍ଷ ନେଇ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande