ବିଏମସି ପକ୍ଷରୁ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ
ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) - ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅଧିନରେ ଶୁକ୍ରବାର ଦିନ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସଫେଇ ମିତ୍ର ସୁରକ୍ଷା ଶିବିର, ୟୁନିଟ୍‌-୮ସ୍ଥିତ କମ୍ୟୁନିଟ୍ ହଲରେ ଅନୁଷ୍ଠିତ ହୋଇଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍
ବିଏମସି ପକ୍ଷରୁ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ


ଭୁବନେଶ୍ୱର, ୨୬ ସେପ୍ଟେମ୍ବର (ହି.ସ.) - ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅଧିନରେ ଶୁକ୍ରବାର ଦିନ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସଫେଇ ମିତ୍ର ସୁରକ୍ଷା ଶିବିର, ୟୁନିଟ୍‌-୮ସ୍ଥିତ କମ୍ୟୁନିଟ୍ ହଲରେ ଅନୁଷ୍ଠିତ ହୋଇଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର

ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିରର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଏମସି ମେୟର ସୁଲୋଚନା ଦାସ , ବିଏମ୍ ସି କମିଶନର, ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ଟିମ୍ ବିଏମ୍ ସି ପ୍ରମୁଖ ଉପସ୍ଥିତ ଥିଲେ । ହାଇଟେକ୍ ମେଡିକାଲ କଲେଜ ପକ୍ଷରୁ ସଫେଇ ମିତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ପ୍ରଥମ ଦିନରେ ପ୍ରାୟ ଏକ ହଜାର ସଫେଇ ମିତ୍ର ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ଏହିପରି ଆଉ ଦୁଇଟି ଶିବିର ଅନ୍ୟ ଜୋନରେ କରାଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande