ବେକରେ ଫାଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ଚମ୍ପୁଆ, ୨୬ ସେପ୍ଟେମ୍ବର(ହି.ସ.) – ଚମ୍ପୁଆ ଥାନା ଅନ୍ତର୍ଗତ ସାତହଳିଆ ଗ୍ରାମରେ ଏକ ଯୁବକ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନାରୁ ଜଣାପଡିଛି ଯେ ସାତହଳିଆ ଗ୍ରାମର ନିଶିକାନ୍ତ ନାଏକଙ୍କ ପୁଅ ଅନନ୍ତ ନାଏକ(୩୦) ମୁକୁନ୍ଦପୁର ଜଙ୍ଗଲରେ ବେକରେ ଚୁନୁରୀ ସାହାଯ୍ୟରେ ଫାଶି ଲଗାଇ ଆତ୍ମହତ
ବେକରେ ଫାଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା


ଚମ୍ପୁଆ, ୨୬ ସେପ୍ଟେମ୍ବର(ହି.ସ.) – ଚମ୍ପୁଆ ଥାନା ଅନ୍ତର୍ଗତ ସାତହଳିଆ ଗ୍ରାମରେ ଏକ ଯୁବକ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନାରୁ ଜଣାପଡିଛି ଯେ ସାତହଳିଆ ଗ୍ରାମର ନିଶିକାନ୍ତ ନାଏକଙ୍କ ପୁଅ ଅନନ୍ତ ନାଏକ(୩୦) ମୁକୁନ୍ଦପୁର ଜଙ୍ଗଲରେ ବେକରେ ଚୁନୁରୀ ସାହାଯ୍ୟରେ ଫାଶି ଲଗାଇ ଆତ୍ମହତ୍ୟା କରିଛି। ଖବରପାଇ ଚମ୍ପୁଆ ପୁଲିସ ଚମ୍ପୁଆ ଥାନା କେସ ନଂ ୪୯/୨୫ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଶବ ଜବତ କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରୀମାଇନା ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ଗତ ୧ ବର୍ଷ ତଳେ ଅନନ୍ତର ସ୍ତ୍ରୀ ଘର ଛାଡି ଚାଲିଯାଇଥିବାରୁ ତାଙ୍କର ମାନସିକ ଅବସ୍ଥା ଭଲ ନଥିଲା ବୋଲି ଚମ୍ପୁଆ ପୁଲିସ ସବ୍‌ଇନିସ୍ପେକ୍ଟର ହିମାଂଶୁ ଶେଖର ପ୍ରଧାନ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande