ବନବିଭାଗକୁ ହାତୀ ଘଉଡ଼ାଇବା ଦିଗରେ ସହାୟତା କରିବାକୁ ନିବେଦନ କରିଛନ୍ତି କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ
କେନ୍ଦୁଝର, ୨୬ ସେପ୍ଟେମ୍ବର (ହି.ସ.) - ଅନାବଶ୍ୟକ ଭାବେ ଭିଡ଼ ଜମାଇ ହାତୀଙ୍କୁ ବିରକ୍ତ କରୁଛନ୍ତି ଲୋକେ । ଫଳରେ, ହାତୀପଲ ବିରକ୍ତ ହୋଇ ନିଜ ଚଲାପଥରୁ ବିଚ୍ୟୁତ ହୋଇ ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ, ଅଧିକ କ୍ଷୟକ୍ଷତି କରୁଥିବା କହିଛନ୍ତି କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ। ଗତ ୧୫ ଦିନ
ବନବିଭାଗକୁ ହାତୀ ଘଉଡ଼ାଇବା ଦିଗରେ ସହାୟତା କରିବାକୁ ନିବେଦନ କରିଛନ୍ତି କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ


କେନ୍ଦୁଝର, ୨୬ ସେପ୍ଟେମ୍ବର (ହି.ସ.) - ଅନାବଶ୍ୟକ ଭାବେ ଭିଡ଼ ଜମାଇ ହାତୀଙ୍କୁ ବିରକ୍ତ କରୁଛନ୍ତି ଲୋକେ । ଫଳରେ, ହାତୀପଲ ବିରକ୍ତ ହୋଇ ନିଜ ଚଲାପଥରୁ ବିଚ୍ୟୁତ ହୋଇ ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ, ଅଧିକ କ୍ଷୟକ୍ଷତି କରୁଥିବା କହିଛନ୍ତି କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ। ଗତ ୧୫ ଦିନରୁ ଉର୍ଧ୍ୱ ୨୯ଟିକିଆ ହାତୀପଲ ଜିଲ୍ଲାର ବିଭିନ୍ନ ରେଞ୍ଜ ଅଂଚଳରେ ଚଳପ୍ରଚଳ କରି ଲୋକଙ୍କ ଘର ଭାଙ୍ଗିବା ସହିତ, ବ୍ୟାପକ ଧାନଫସଲ ନଷ୍ଟ କରିଛନ୍ତି । ଯାହାକୁ ନେଇ ସମସ୍ତଙ୍କର ଚିନ୍ତା ବଢ଼ିଛି । ଏବେ ହାତୀପଲ ବୈତରଣୀ ନଦୀ ପାର୍ ହୋଇ ମୟୁରଭଞ୍ଜ ଜିଲ୍ଲା ଚାଲିଯାଉଥିବା କହିଛନ୍ତି ବନଖଣ୍ଡ ଅଧିକାରୀ। ଅନାବଶ୍ୟକ ତଥା ଅଯଥାରେ ହାତୀ ଦେଖିବାକୁ ବିଭିନ୍ନ ଆଡୁ ଲୋକମାନେ ଆସି ହାତୀପଲଙ୍କୁ ବିରକ୍ତ କରୁଥିବା ସେ କହିଛନ୍ତି । ଟ୍ରାକ୍ଟର୍ ର ଶବ୍ଦ, ବାଇକ୍ ରୁ ବାହାରୁଥିବା ଶବ୍ଦ ଦ୍ୱାରା ତଥା ନିଆଁ ହୁଳା ଧରି ହାତୀ ଘଉଡ଼ାଇବାକୁ ଲୋକମାନେ ଚେଷ୍ଟା କରିବାକୁ ବାରଣ କରିଛନ୍ତି ବନଖଣ୍ଡ ଅଧିକାରୀ । କିଛି ବ୍ଲଗର୍ ମାନେ ସାମାଜିକ ଗଣମାଧ୍ୟମରେ ହାତୀମାନଙ୍କ ସମ୍ପର୍କରେ ନକାରାତ୍ମକ ତଥ୍ୟ ପରିବେଷଣ କରୁଥିବା ସେ କହିଛନ୍ତି । ହାତୀପଲଙ୍କୁ ହଇରାଣ, ବିରକ୍ତ କରିବା ଦ୍ୱାରା ସେମାନେ ନିଜର ନିର୍ଦ୍ଧିଷ୍ଟ ଚଲାପଥରୁ ବିଚ୍ୟୁତ ହୋଇ ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ, ବ୍ୟାପକ କ୍ଷୟକ୍ଷତି ହେବା ସହ, ଧନଜୀବନ ମଧ୍ୟ ନଷ୍ଟ ହେଉଛି । ଲୋକମାନେ ସଚେତନ ହୋଇ ବନବିଭାଗକୁ ହାତୀ ଘଉଡ଼ାଇବା ଦିଗରେ ସହାୟତା କରିବାକୁ ନିବେଦନ କରିଛନ୍ତି କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande