ନବରାତ୍ର ପଞ୍ଚମ ଦିନରେ ମା’ ସମଲେଶ୍ଵରୀ ସ୍କନ୍ଦମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦେଲେ
ବଲାଙ୍ଗିର, ୨୬ ସେପ୍ଟେମ୍ବର (ହି.ସ.)- ଶାରଦୀୟ ନବଡିନାତ୍ମକ ଦେବୀ ପୂଜାରେ ଆଜି ପଞ୍ଚମ ଦିନରେ ନବଦୁର୍ଗାଙ୍କ ସ୍କନ୍ଦମାତା ବେଶ । ତିଥି ଅନୁସାରେ ଆଜି ନବଦୁର୍ଗାଙ୍କ ପଞ୍ଚମ ଦିନରେ ମା ସମଲେଶ୍ଵରୀ, ମା ଦୁର୍ଗା, କୁଷଙ୍ଗେଇ, ସମେତ ପଞ୍ଚମ ଦିନରେ ମା’ ସ୍କନ୍ଦମାତା ରୂପରେ ଭକ୍ତମାନଙ୍କୁ ଦେବୀ ପୀଠରେ ଦ
ନବରାତ୍ର ପଞ୍ଚମ ଦିନରେ ମା’ ସମଲେଶ୍ଵରୀ ଦୁର୍ଗା ସ୍କନ୍ଦମାତା ରୂପରେ ଭକ୍ତମାନଙ୍କୁ  ଦର୍ଶନ ଦେଇଛନ୍ତି


ନବରାତ୍ର ପଞ୍ଚମ ଦିନରେ ମା’ ସମଲେଶ୍ଵରୀ ଦୁର୍ଗା ସ୍କନ୍ଦମାତା ରୂପରେ ଭକ୍ତମାନଙ୍କୁ  ଦର୍ଶନ ଦେଇଛନ୍ତି


ନବରାତ୍ର ପଞ୍ଚମ ଦିନରେ ମା’ ସମଲେଶ୍ଵରୀ ଦୁର୍ଗା ସ୍କନ୍ଦମାତା ରୂପରେ ଭକ୍ତମାନଙ୍କୁ  ଦର୍ଶନ ଦେଇଛନ୍ତି


ନବରାତ୍ର ପଞ୍ଚମ ଦିନରେ ମା’ ସମଲେଶ୍ଵରୀ ଦୁର୍ଗା ସ୍କନ୍ଦମାତା ରୂପରେ ଭକ୍ତମାନଙ୍କୁ  ଦର୍ଶନ ଦେଇଛନ୍ତି


ନବରାତ୍ର ପଞ୍ଚମ ଦିନରେ ମା’ ସମଲେଶ୍ଵରୀ ଦୁର୍ଗା ସ୍କନ୍ଦମାତା ରୂପରେ ଭକ୍ତମାନଙ୍କୁ  ଦର୍ଶନ ଦେଇଛନ୍ତି


ବଲାଙ୍ଗିର, ୨୬ ସେପ୍ଟେମ୍ବର (ହି.ସ.)- ଶାରଦୀୟ ନବଡିନାତ୍ମକ ଦେବୀ ପୂଜାରେ ଆଜି ପଞ୍ଚମ ଦିନରେ ନବଦୁର୍ଗାଙ୍କ ସ୍କନ୍ଦମାତା ବେଶ ।

ତିଥି ଅନୁସାରେ ଆଜି ନବଦୁର୍ଗାଙ୍କ ପଞ୍ଚମ ଦିନରେ ମା ସମଲେଶ୍ଵରୀ, ମା ଦୁର୍ଗା, କୁଷଙ୍ଗେଇ, ସମେତ ପଞ୍ଚମ ଦିନରେ ମା’ ସ୍କନ୍ଦମାତା ରୂପରେ ଭକ୍ତମାନଙ୍କୁ ଦେବୀ ପୀଠରେ ଦର୍ଶନ ଦେଇଛନ୍ତି। ମା’ଙ୍କ ସ୍କନ୍ଦମାତା ବେଶର ମହାତ୍ମ୍ୟ ସଂପର୍କରେ କିଛି ପୌରାଣିକ କଥାବସ୍ତୁ ରହିଛି । ମାତା ଦୁର୍ଗାଙ୍କର ପଞ୍ଚମ ସ୍ୱରୂପର ନାମ ସ୍କନ୍ଦମାତା । କୁମାର କାର୍ତ୍ତିକେୟଙ୍କର ଅନ୍ୟ ନାମ ସ୍କନ୍ଦ । ପ୍ରସିଦ୍ଧ ଦେବାସୁର ଯୁଦ୍ଧରେ ସେ ଦେବତା ମାନଙ୍କର ସେନାପତି ହୋଇଥିଲେ । ପୁରାଣରେ ତାହାଙ୍କୁ କୁମାର ଓ ଶକ୍ତିଧର କହି ତାଙ୍କର ମହିମା ବର୍ଣ୍ଣନା କରାଯାଇଛି । ସେହି ଭଗବାନ ସ୍କନ୍ଦଙ୍କର ମାତା ହୋଇଥିବାରୁ ମା’ ଦୁର୍ଗାଙ୍କର ଏହି ପଞ୍ଚମ ସ୍ୱରୂପର ନାମ ସ୍କନ୍ଦମାତା ହୋଇଛି ।

ନବରାତ୍ରି ପୂଜାର ପଞ୍ଚମ ଦିବସରେ ଏହାଙ୍କର ଉପାସନା କରାଯାଏ । ଏହି ଦିନ ସାଧକଙ୍କର ମନ ବିଶୁଦ୍ଧ ଚକ୍ରରେ ଅବସ୍ଥିତ ହୁଏ । ମା’ଙ୍କର ବିଗ୍ରହରେ ଭଗବାନ ସ୍କନ୍ଦ ବାଳ ରୂପରେ କୋଳରେ ବସିଥାନ୍ତି । ସ୍କନ୍ଦମାତା ଦେବୀଙ୍କର ଚାରି ଭୂଜ । ଡାହାଣ ପଟର ଉପର ହାତରେ ସେ ଭଗବାନ ସ୍କନ୍ଦଙ୍କୁ କୋଳରେ ବସାଇ ଧରିଥାନ୍ତି ଏବଂ ସେହି ପଟର ତଳ ହାଟି ଉପରକୁ ଟେକି ସେଥିରେ କମଳ ପୁଷ୍ପଟିଏ ଧରିଥାନ୍ତି । ବାମ ପଟର ଉପରେ ହାତରେ ବରମୁଦ୍ରା ଦେଖାଉଥାନ୍ତି ଏବଂ ତଳ ହାତ ଉପରକୁ ଟେକି ସେଥିରେ ବି କମଳ ପୁଷ୍ପ ଧାରଣ କରିଥାନ୍ତି । ମା’ଙ୍କର ବର୍ଣ୍ଣ ପୂର୍ଣ୍ଣତଃ ଶୁଭ୍ର । ସେ କମଳ ଆସନରେ ବସିଥାନ୍ତି, ତେଣୁ ତାଙ୍କର ଅନ୍ୟ ନାମ ପଦ୍ମାସନା ଅଟେ । ସିଂହ ମା’ଙ୍କର ବାହନ ଅଟେ । ଶାସ୍ତ୍ରରେ ନବରାତ୍ର ପୂଜାର ପଂଚମ ଦିବସର ବିଶେଷ ମହତ୍ତ୍ୱ କୁହାଯାଇଛି । ବିଶୁଦ୍ଧଚକ୍ରରେ ଯେଉଁ ସାଧକଙ୍କର ମନ ଅବସ୍ଥିତ ଥାଏ, ତାଙ୍କର ସମସ୍ତ ବାହ୍ୟ କ୍ରିୟା ଓ ଚିତ୍ତବୃତ୍ତି ଲୋପ ହୋଇଯାଏ । ସେ ବିଶୁଦ୍ଧ ଚୈତନ୍ୟ ଆଡ଼କୁ ଅଗ୍ରସର ହେଉଥାନ୍ତି । ତାଙ୍କର ମନ ସକଳ ଲୌକିକ, ସାଂସାରିକ ତଥା ମାୟିକ ବନ୍ଧନରୁ ବିମୁକ୍ତ ହୋଇ ପଦ୍ମାସନା ସ୍କନ୍ଦମାତାଙ୍କ ସ୍ୱରୂପରେ ପୂର୍ଣ୍ଣତଃ ତର୍ଲ୍ଲୀନ ହୋଇଯାଏ । ଏହି ସମୟରେ ସାଧକ ପୂର୍ଣ୍ଣ ସାବଧାନ ହୋଇ ଉପାସନା କାର୍ଯ୍ୟରେ ଅଗ୍ରସର ହେବା ଆବଶ୍ୟକ ।

ମା’ ସ୍କନ୍ଦମାତାଙ୍କର ଉପାସନା କଲେ ଭକ୍ତଙ୍କର ସକଳ ଇଚ୍ଛା ପୂର୍ଣ୍ଣ ହୋଇ ଯାଏ । ଏହି ମୃତ୍ୟୁଲୋକରେ ବି ତାଙ୍କୁ ପରମ ଶାନ୍ତି ଓ ସୁଖ ଅନୁଭବ ହୁଏ । ତାଙ୍କ ପାଇଁ ମୋକ୍ଷର ଦ୍ୱାର ଖୋଲିବା ସ୍ୱତଃ ସୁଲଭ ହୋଇଥାଏ । ସ୍କନ୍ଦମାତାଙ୍କୁ ଉପାସନା କଲେ ତା’ ସହିତ ଭଗବାନ ସ୍କନ୍ଦଙ୍କର ଉପାସନା ବି ସ୍ୱତଃ ହୋଇଯାଏ । ଏହି ବିଶେଷତା କେବଳ ଏକନିଷ୍ଠ ଭକ୍ତଙ୍କୁ ମିଳେ । ତେଣୁ ସ୍କନ୍ଦମାତାଙ୍କ ଉପାସନା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ମାତା ସୂର୍ଯ୍ୟମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ତାଙ୍କର ଉପାସକ ଅଲୌକିକ ତେଜ ଓ କାନ୍ତିରେ ସଂପନ୍ନ ହୋଇଯାଆନ୍ତି । ତାଙ୍କର ଚତୁର୍ଦ୍ଦିଗରେ ଏକ ଅଲୌକିକ ପ୍ରଭାମଣ୍ଡଳ ଅଦୃଶ୍ୟ ଭାବରେ ପରିବ୍ୟାପ୍ତ ହୋଇଯାଏ ।

ସ୍କନ୍ଦମାତାଙ୍କ ସାଧନା କେବଳ ସନ୍ତାନ ସୁଖ ପାଇଁ ନୁହେଁ ବରଂ ରୋଗରୁ ମୁକ୍ତି ପାଇବା ପାଇଁ ମଧ୍ୟ ପୂଜା କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ମତରେ ମା’ ସ୍କନ୍ଦମାତାଙ୍କ ସମ୍ବନ୍ଧ ବୃହସ୍ପତି ନାମକ ଗ୍ରହ ସହିତ ଜଡିତ। ବୃହସ୍ପତି ଗ୍ରହଙ୍କୁ ଶାନ୍ତ କରିବାକୁ ହେଲେ ମା’ ସ୍କନ୍ଦମାତାଙ୍କ ଶରଣାପନ୍ନ ହେବା ଉଚିତ। ମା’ ସ୍କନ୍ଦମାତାଙ୍କ ଆରାଧନା ସାଧକକୁ ସର୍ବ ସୌଭାଗ୍ୟ ପ୍ରଦାନ କରିଥାଏ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande